ବ୍ରହ୍ମଗିରିରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ: କହିଲେ, ଆପଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ମୋ ସରକାର ଦାୟିତ୍ୱ

109

କନକ ବ୍ୟୁରୋ: ଆଜି ପୁରୀ ଜିଲ୍ଲାବାସୀଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବ୍ରହ୍ମଗିରି କେରାଣ୍ଡିଆ ପଡିଆରେ ସ୍ୱତନ୍ତ୍ର କର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ ଜନକଲ୍ୟାଣ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ଏକ ଫ୍ଲାଗସିପ ଯୋଜନା ହୋଇଥିବା ବେଳେ ପ୍ରତିଟି ଘରେଘରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବେଶ୍ ସହାୟକ ହୋଇପାରିବ। ପୁରୀ ଜିଲ୍ଲାରେ ୩ଲକ୍ଷ ୬୫ହଜାର ସ୍ୱାସ୍ଥ୍ୟ କାର୍ଡ ହିତାଧିକାରୀଙ୍କୁ ଏଗାରଟି ବ୍ଲକରେ ବଣ୍ଟନ କରାଯାଇଛି। କେରାଣ୍ଡିଆ ସମେତ ଦଶଟି ବ୍ଲକରେ ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ ପ୍ରକ୍ରିୟା କରାଯାଇଛି। ତେବେ ଏହା ଏକ ଲୋକାଭିମୁଖୀ ଯୋଜନା ବୋଲି କହିଛନ୍ତି ବିଧାୟକ, ମନ୍ତ୍ରୀ ଓ ହିତାଧିକାରୀ।

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ଏକ ଉଲ୍ଲେଖନୀୟ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ବ୍ରହ୍ମଗିରି କେରାଣ୍ଡିଆରେ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ପୁରୀ ଜିଲ୍ଲା ପାଇଁ ପୁରୀ ଜିଲ୍ଲା ପାଇଁ ବିଜୁ ସ୍ବାସ୍ଥ କଲ୍ୟାଣ କାର୍ଡର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଅପରାହ୍ନ ୪ଟାରେ କେରାଣ୍ଡିଆ ହେଲିପ୍ୟାଡରେ ପହଞ୍ଚିବା ପରେ ବାଜା ରୋସୋଣି ମାଧ୍ୟମରେ ସ୍ୱାଗତ କରି ସଭାସ୍ଥଳ ପର୍ଯ୍ୟନ୍ତ ଅଣାଯାଇଥିଲା। ସଭାସ୍ଥଳରେ ପହଞ୍ଚିବା ପରେ ମହିଳା କର୍ମିମାନେ ହୁଳହୁଳି ପକାଇ ପାରମ୍ପରିକ ଲୋକନୃତ୍ୟରେ ଶୁଭେଚ୍ଛା ଜଣାଇଥିଲେ। ବୈଠକରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବା ସହ ପୁରୀ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ବିଶେଷ କରି ପ୍ରାୟ ଏକ ହଜାର କୋଟି ଟଙ୍କାର ଶହେରୁ ଉର୍ଦ୍ଧ୍ବ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ।

ଏଥିରେ ପାନୀୟ ଜଳ, ଡ୍ରେନେଜ ବ୍ୟବସ୍ଥା, ଜଳଯୋଗାଣ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା, ଶକ୍ତି, ନଦୀବନ୍ଧ ଯୋଜନା, ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ, ସୂନାମୁଖି ନଦି ଉପରେ କଣ୍ଟ୍ରୋଲ ଷ୍ଟ୍ରକ୍ଚର, ଚିଲିକାରୁ ରକ୍ଷା ପାଇବା ପାଇଁ ସାତପଡାରୁ ମୋଟୋ ପର୍ୟ୍ୟନ୍ତ ସୁରକ୍ଷା ପାଚୀର ନିର୍ମାଣ, ଫନି ବିସ୍ଥାପିତଙ୍କୁ ଆବାସ ଯୋଜନାରେ ସାମିଲ, ସ୍ମାର୍ଟ ସ୍କୁଲ ପ୍ରତିଷ୍ଠା ଆଦି ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏଥିସହିତ କୋଷ୍ଟାଲ ହାଇୱ ପ୍ରକଳ୍ପରେ ବ୍ରହ୍ମଗିରିକୁ ସାମିଲ କରିବା ପାଇଁ ଦାବିକରିଛନ୍ତି ସଂଜୟ ଦାସବର୍ମା। ଏଗାରଟି ବ୍ଲକରେ ବଣ୍ଟନ କରାଯାଇଛି। କେରାଣ୍ଡିଆ ସମେତ ଦଶଟି ବ୍ଲକରେ ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ ପ୍ରକ୍ରିୟା କରାଯାଇଛି। ତା ସହିତ ଏକ ମିନି ସେକ୍ରେଟାରିଏଟ ଗୃହ ଲୋକାର୍ପଣ କରାଯାଇଛି।

ଚାରିକୋଟି ଓଡିଆଙ୍କ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାର ଦାୟିତ୍ୱ ନେଇଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାର ଗରୀବ ଲୋକଙ୍କ ପାଇଁ ଉପାଦେୟ ହୋଇପାରିବ। ବିଶେଷ କରି ଏହା ବ୍ରହ୍ମଗିରି ବାସୀଙ୍କ ପାଇଁ ଏହା ଏକ ଖୁସିର ମୁହୂର୍ତ୍ତ। ପ୍ରତିଟି ପରିବାର ସ୍ୱାସ୍ଥ୍ୟଗତ ସମସ୍ୟାରେ ଜର୍ଜରିତ ହେଉଥିବା ବେଳେ ଆର୍ଥିକ ଅନଟନରୂ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଏହି କାର୍ଡ ଦ୍ୱାରା ସେମାନେ ସୁପର ସ୍ପେଶାଲିଟି ହସପିଟାଲରେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇପାରିବେ। ତେଣୁ ଏହି ଲୋକାଭିମୁଖୀ ଯୋଜନା ପୁରୀବାସୀଙ୍କ ପାଇଁ ଏକ ଆଶିର୍ବାଦ ବୋଲି କହିଛନ୍ତି ହିତାଧିକାରୀ। ସେପଟେ କେନ୍ଦ୍ର ସରକାରଙ୍କ ଆୟୁସମାନ ଯୋଜନାକୁ ମଧ୍ୟ ଲାଗୁ କରାଗଲେ ହିତାଧିକାରୀ ମାନେ ଖାଲି ଓଡିଶାରେ ନୁହେଁ ସାରା ଦେଶରେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇପାରିବେ ବୋଲି କହିଛନ୍ତି ବ୍ରହ୍ମଗିରି ବିଧାୟକ ।

ମୁଖ୍ୟମନ୍ତ୍ରୀଙ୍କ ଲୋକାର୍ପଣ ଉତ୍ସବରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା, ସାଂସଦ ପୀନାକି ମିଶ୍ର, ମନ୍ତ୍ରୀ ସମୀର ଦାସ, ମନ୍ତ୍ରୀ ନବ ଦାସ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ୭ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବେଳେ ସଭାସ୍ଥଳକୁ ଆସିଥିବା ସମସ୍ତଙ୍କର ହୋଇଥିଲା କୋଭିଡ୍ ଟେଷ୍ଟ।