ଜାତୀୟ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ । କହିଲେ, ପାଣ୍ଡିଆନ ନୁହଁନ୍ତି ରାଜ୍ୟବାସୀ ବାଛିବେ ମୋ ଉତ୍ତରାଧିକାରୀ

Advertisment
ଜାତୀୟ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ । କହିଲେ, ପାଣ୍ଡିଆନ ନୁହଁନ୍ତି ରାଜ୍ୟବାସୀ ବାଛିବେ ମୋ ଉତ୍ତରାଧିକାରୀ

କନକ ବ୍ୟୁରୋ : ବିରୋଧୀଙ୍କ ଘନ ଘନ ଆକ୍ରମଣ ଓ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପ୍ରଧାନମନ୍ତ୍ରୀ ପ୍ରଶ୍ନ ଉଠାଇବା ପରେ ପ୍ରେସମିଟ୍ ଡାକି ସବୁ ଅଭିଯୋଗକୁ ଖଣ୍ଡନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଅର୍ଥାତ ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିନରେ ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇଛନ୍ତି ନବୀନ । ସ୍ୱାସ୍ଥ୍ୟ ପ୍ରସଙ୍ଗ ଠାରୁ ଆରମ୍ଭ କରି ସବୁ ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ବିଜେପିକୁ ଟାର୍ଗେଟ କରିବା ସହ ନବୀନ କହିଛନ୍ତି –

ରାଜ୍ୟବାସୀଙ୍କ ସେବା କରିବାକୁ ସଂପୂର୍ଣ୍ଣ ଫିଟ୍ ଅଛନ୍ତି
ପ୍ରଧାନମନ୍ତ୍ରୀ ଫୋନ କରି ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ପାରିଥାନ୍ତେ
ହତାଶ ହୋଇ ମିଥ୍ୟା ପ୍ରଚାର କରୁଛି ବିଜେପି
ଭି.କେ ପାଣ୍ଡିଆନ ତାଙ୍କର ଉତ୍ତରାଧିକାରୀ ନୁହଁନ୍ତି
ଉତ୍ତରାଧିକାରୀ କିଏ ହେବେ ରାଜ୍ୟବାସୀ ସ୍ଥିର କରିବେ
ନିର୍ବାଚନରେ ବହୁମତ ସହ ସରକାର ଗଢ଼ିବ ବିଜେଡି
ଲୋକସଭାରେ ମଧ୍ୟ ଦଳ ଅଧିକ ଆସନ ଜିତିବ

ନବୀନ ପଟ୍ଟନାୟକଙ୍କ ସାକ୍ଷାତକାରକୁ ନେଇ ପ୍ରତିକ୍ରିୟା ରଖିଛି ବିଜେପି । ଏହାକୁ ପ୍ରୟୋଜିତ ସାକ୍ଷାତକାର କହି କଟାକ୍ଷ କରିଛନ୍ତି ବିଜେପି ନେତା ।

୨୦୨୪ ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେଉଛି । ପ୍ରଚାର ମଇଦାନରେ ଏହା ବାରି ହୋଇ ପଡିଛି । ମୁହାଁମୁହିଁ ହୋଇଛନ୍ତି ଦୁଇ ଦଳର ଶୀର୍ଷ ନେତୃତ୍ୱ । ଆକ୍ଷେପ ଓ ପ୍ରତି-ଆକ୍ଷେପର ବାତାବରଣ ଭିତରେ ଜୁନ ୧ ତାରିଖରେ ପଡିବ ଶେଷ ପର୍ଯ୍ୟାୟ ଭୋଟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe