ଆସନ୍ତା ୨୫ ତାରିଖରେ ହେଭିୱେଟ୍ ପ୍ରଚାର । ଗୋଟିଏ ଦିନରେ ନବୀନ ଓ ଶାହଙ୍କ ଶକ୍ତି ପ୍ରଦର୍ଶନ

249

କନକ ବ୍ୟୁରୋ : ଆସନ୍ତା ୨୫ ତାରିଖରୁ ହେଭିୱେଟ୍ ପ୍ରଚାର । ଗୋଟିଏ ଦିନରେ ଶକ୍ତି ପ୍ରଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ଏହି କ୍ରମରେ ୨୪ରୁ ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ । ହିଂଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କରିବେ ବିଜେଡି ସୁପ୍ରିମୋ । ହେଲେ ୨୫ ତାରିଖରେ ରାୟଗଡ଼ାରେ ପ୍ରଚାର କରିବେ ନବୀନ । ସେହିଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସୋନପୁର ଗସ୍ତରେ ଆସି ପ୍ରଚାର କରିବେ । ଅପରାହ୍ନରେ ଏକ ବିଶାଳ ଜନସଭାରେ ଯୋଗଦେଇ ଜନତାଙ୍କୁ ସମ୍ବୋଧିତ କରିବେ ଶାହ । ତେଣୁ ଗୋଟିଏ ଦିନରେ ରାୟଗଡ଼ା ଓ ସୋନପୁରରେ ଦୁଇ ହେଭିୱେଟ୍ ନେତାଙ୍କ ପ୍ରଚାର ଦେଖିବାକୁ ମିଳିବ ।