୩୬ଟି ଜାଗାରେ ନିର୍ବାଚନୀ ପ୍ରଚାର କରିବେ ନବୀନ ପଟ୍ଟନାୟକ । ଭିକେ ପାଣ୍ଡିଆନ ମଧ୍ୟ ୧୦୨ଟି ସ୍ଥାନରେ କରିବେ ସଭା ।

643

କନକ ବ୍ୟୁରୋ: ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିଞ୍ଜିଳି ପରେ ଶେରଗଡ଼ରେ ବି ନିର୍ବାଚନୀ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ । ତେବେ ମିଳିଥିବା ସୂଚନା ମୁତାବକ, ରାଜ୍ୟର ୨୧ଟି ସଂସଦୀୟ କ୍ଷେତ୍ରର ୩୬ଟି ଜାଗାରେ ନିର୍ବାଚନୀ ପ୍ରଚାର କରିବେ ନବୀନ ପଟ୍ଟନାୟକ । ୨୧ଟି ସଂସଦୀୟ କ୍ଷେତ୍ର ଓ ଏହା ଅଧିନରେ ଥିବା କିଛି ବିଧାନସଭା କ୍ଷେତ୍ରରେ ପ୍ରଚାର କରିବେ ନବୀନ । ସେହିପରି ଭିକେ ପାଣ୍ଡିଆନ ମଧ୍ୟ ୧୦୨ଟି ସ୍ଥାନରେ ସଭା କରିବେ ବୋଲି ସୂଚନା ମିଳିଛି । ଆଜି ହିଞ୍ଜିଳିରେ ପ୍ରଚାର ଆରମ୍ଭ କରିବା ସହ ନବୀନ କହିଛନ୍ତି, ୨୦୨୪ରୁ ୨୦୩୪ ହେବ ଓଡ଼ିଶାର ଦଶକ । ୨୦୩୬ ସୁଦ୍ଧା ଓଡିଶା ଦେଶରେ ଏକ ନମ୍ବର ରାଜ୍ୟ ହେବ ବୋଲି ଗ୍ୟାରେଣ୍ଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଶାନ୍ତି ଓ ସମୃଦ୍ଧି ହେବ ଆମର ପରିଚୟ । ଓଡ଼ିଶା, ସାରା ଦେଶକୁ ବିକାଶ ବାଟ ଦେଖାଇବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଶିକ୍ଷା, ସ୍ୱାସ୍ଥ୍ୟ ସବୁକ୍ଷେତ୍ରରେ ରୂପାନ୍ତରଣ ଆସିବ ବୋଲି ସେ କହିଛନ୍ତି ।