ନବୀନଙ୍କ ରିଭ୍ୟୁ ମିଟିଂ,କନକ ନ୍ୟୁଜ୍ର ସ୍ପେଶାଲ ରିପୋର୍ଟ

18

ନଜର ପକାଇବା ଏକ ରୋଚକ ଖବର ଉପରେ । କେମିତି ହୁଏ ନବୀନଙ୍କ ସମୀକ୍ଷା ବୈଠକ । କେମିତି ସମସ୍ୟାର ସମାଧାନ ବାହାରେ ସମୀକ୍ଷା ବୈଠକରେ । ସଚିବ ଓ ମନ୍ତ୍ରୀ ମାନେ କଣ କୁହନ୍ତି ଏବଂ ଶେଷରେ ମୁଖ୍ୟମନ୍ତ୍ରୀ କେମିତି ନିଷ୍ପତି ନିଅନ୍ତି । ସମସ୍ତଙ୍କ ମନରେ ଉକ୍ରଣ୍ଠା ଥାଏ ଏହା ଜାଣିବା ପାଇଁ ।  ସାଧାରଣତଃ ନବୀନଙ୍କ ରିଭୁ୍ୟ ମିଟିଂ ରେ ଗଣମାଧ୍ୟମ କ୍ୟାମେରା ଓ ପ୍ରତିନିଧିଂକୁ ଦୂରରେ ରଖାଯାଇଥାଏ । କେବଳ ସରକାରଙ୍କ ଲୋକସମ୍ପର୍କ ବିଭାଗ ହିଁ ଏହି ଫୁଟେଜ ଗଣମାଧ୍ୟମକୁ ଦେଇଥାଏ । ତେଣୁ ଅନେକ ସମୟରେ ଜଣାପଡେନାହିଁ ସମୀକ୍ଷାର ଭିତିରି କଥା । ଆଉ ବାହାର ଲୋକଙ୍କୁ ଲାଗେ ବୈଠକରେ ଚାଲିଛି ଗମ୍ଭୀର ତର୍କ ବିତର୍କ ଓ ତାପରେ ବାହାରେ ନିଷ୍କର୍ସ । କିନ୍ତୁ ଏବେ ଜଣାପଡୁଛି ପ୍ରକୃତ କଥା ସେୟା ନୁହଁ ।