ମୁୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ ! ୫ଦିନ ପରେ ଧର୍ମେନ୍ଦ୍ରଙ୍କ ପ୍ରଶ୍ନର ଜବାବ ରଖିଲେ ନବୀନ

25

କନକ ବ୍ୟୁରୋ : ବିଜେପିର ରାଜ୍ୟ କାର୍ଯ୍ୟକାରିଣୀରେ ବିଜେଡି ଓ ନବୀନଙ୍କୁ କଡା ଶଦ୍ଦରେ ଟାର୍ଗେଟ କରିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ ଠିକ ୫ ଦିନ ପରେ ବିଜେଡିର ପଦଯାତ୍ରା ବେଳେ ଏହାର ଉତର ରଖିଛନ୍ତି ନବୀନ । ଧର୍ମେନ୍ଦ୍ର କହିଥିଲେ ନବୀନଙ୍କ ଅହଂକାର ଓ ଅସହିଷ୍ଣୁତା ବଢିଯାଇଛି । ଜବାବରେ ନବୀନ କହିଛନ୍ତି ବିକାଶର ରୋଲ ମଡେଲ ପାଲଟିଛି ଓଡିଶା । ବିଜେପୁର ଉପ-ନିର୍ବାଚନ ନେଇ ରାଜନୈତିକ ତାତି ବଢୁଥିବା ବେଳେ ନବୀନ ମଧ୍ୟ ବିଜେପିକୁ ଶାଣିତ ଆକ୍ରମଣ କରିବାକୁ ପଛାଉନାହାନ୍ତି ।

ଗୋଟିଏ ପଟେ ଅମିତ ଶାହଙ୍କ ଗୋଟି ଚାଳନା ବିଜେପି ନେତାଙ୍କ ଭିତରେ ଆତ୍ମବିଶ୍ୱାସ ବଢାଇଦେଇଥିବା ବେଳେ ଏପଟେ ବିଜେଡିର ବିଜେପୁର ପ୍ରଚାର ମଙ୍ଗ ନିଜେ ନବୀନ ଧରିବେ ବୋଲି କହିସାରିଲେଣି ।

ବିରୋଧୀଙ୍କୁ ସିଧା ଏବଂ ଶାଣିତ ଆକ୍ରମଣ କରିବାରେ ପୂର୍ବରୁ ସେତେ କଡା ଆଭିମୁଖ୍ୟ ଗ୍ରହଣ କରୁନଥିବା ନବୀନ ଏବେ କିନ୍ତୁ ସିଧା ସଳଖ ସମ୍ମୁଖ ବାକ୍ୟୁଦ୍ଧକୁ ଓହ୍ଲାଇ ଆସିଛନ୍ତି । ଫଳରେ ଏହି ଦୁଇ ତୁଙ୍ଗ ନେତା ଧର୍ମେନ୍ଦ୍ର ଓ ନବୀନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ରାଜ୍ୟ ରାଜନୀତିକୁ ଆହୁରି ସରଗରମ କରିଛି ।