ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନରେ ନବୀନଙ୍କ ଜୋରଦାର କ୍ୟାମ୍ପେନ । ତିନି ମୁହାଣି ଗୁଲନଗର ଦେଇ ପଟ୍ଟାମୁଣ୍ଡାଇ ପାତ୍ରପୁର ଓ ଆଳିରେ ବୁଲୁଛି ହାଇଟେକ୍ ବସ

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସରି ସରି ଆସୁଛି ପ୍ରଚାର ଅବଧି

197

କନକ ବ୍ୟୁରୋ : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସରି ସରି ଆସୁଛି ପ୍ରଚାର ଅବଧି । ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ଶେଷ ମୁହୂର୍ତରେ ସବୁ ଜୋର ଲଗାଇଦେଇଛନ୍ତି ଶୀର୍ଷ ନେତା । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଜଂଟିଲ ଆଇବିରେ ରାତ୍ରିଯାପନ ପରେ ରୋଡ ସୋ କରୁଛନ୍ତି । ପଟ୍ଟାମୁଣ୍ଡାଇ, ଆଳି ଓ ରାଜକନିକା ନିର୍ବାଚନୀ ମଣ୍ଡଳୀରେ ପ୍ରଚାର କରୁଛନ୍ତି ନବୀନ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ନବୀନ ଜନସଭା ଓ ରୋଡ ସୋ କରି ଭୋଟ ମାଗୁଛନ୍ତି । ପୂର୍ବାହ୍ଣଠାରୁ ହାଇଟେକ ବସରେ ବସି ପ୍ରଚାରକୁ ଓହ୍ଲାଇଛନ୍ତି ନବୀନ ପଟ୍ଟନାୟକ ।

ରାସ୍ତାରେ ଯିବା ସମୟରେ ହଜାର ହଜାର କର୍ମୀ ଓ ସମର୍ଥକ ନବୀନଙ୍କୁ ଅଭିବାଦନ ଜଣାଉଛନ୍ତି । ନବୀନ ମଧ୍ୟ ସେମାନଙ୍କୁ ନିରାଶ କରୁନାହାନ୍ତି । ଅଧିକ ଭିଡ ଥିବା ସ୍ଥାନରେ ନବୀନ ବସ ଉପରକୁ ଲିଫ୍ଟ ସାହାଯ୍ୟରେ ବାହାରିବା ସହ ଲୋକଙ୍କ ସହ ସିଧାସଳଖ କଥା କହୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ପ୍ରବଳ ଖରାକୁ ଖାତିର ନକରି ଲୋକମାନେ ବିପୁଳ ସଂଖ୍ୟାରେ ନବୀନଙ୍କୁ ଦେଖିବା ପାଇଁ ଭିଡ ଜମାଇଛନ୍ତି । ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହେଉଥିବାରୁ ସମସ୍ତ ଦଳର ପ୍ରାର୍ଥୀ ନିଜ ନିଜ ପ୍ରଚାରକୁ ଜୋରଦାର କରିଛନ୍ତି । ତେବେ ବିଜେଡି ପକ୍ଷରୁ ନଂ ୱାନ ଷ୍ଟାର କ୍ୟାମ୍ପେନର ନବୀନ ପଟ୍ଟନାୟକ ନିଜେ ପ୍ରଚାର ମଂଗ ଧରିଛନ୍ତି ।