କନକ ବ୍ୟୁରୋ: ପୁଣି ଥରେ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ଶପଥ ନେଲେ ସମୀର ରଞ୍ଜନ ଦାଶ । ପୂର୍ବରୁ ୨୦୧୯ରେ ନବୀନ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିଲେ ସମୀର ଦାଶ । ୨୦୦୯ରେ ନିମାପଡ଼ା ନିର୍ବାଚନ ମଣ୍ଡଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସମୀରଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦେଇଛନ୍ତି ନବୀନ । ପୂର୍ବରୁ ସ୍କୁଲ ଓ ଗଣଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ସମୀର । ତେଣୁ ଦକ୍ଷତା ଓ ଅଭିଜ୍ଞତାଙ୍କୁ ଦେଖି ସମୀରଙ୍କୁ ନବୀନ ପଞ୍ଚମ ପାଳିର ନିଜ ନୂଆଟିମରେ ଭରସିଛନ୍ତି । ତେବେ ଲୋକସେବା ଭବନର କନଭେକ୍ସନ ହଲରେ ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ।