କନକ ବ୍ୟୁରୋ: ନବୀନଙ୍କ ନୂଆ ଟିମରେ ପ୍ରଥମଥର ମନ୍ତ୍ରୀ ଭାବେ ଶପଥ ନେଲେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ । ୨୦୦୯ରେ ନୂଆପଡ଼ାରୁ ପ୍ରଥମଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ରାଜେନ୍ଦ୍ର ଢୋଲକିଆ । ତେବେ ଅଭିଜ୍ଞତା ଏବଂ ଦକ୍ଷତା ଦୃଷ୍ଟିରୁ ନବୀନ ନିଜ ନୂଆ ମନ୍ତ୍ରୀମଣ୍ଡଳରେ ରାଜେନ୍ଦ୍ରଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ଭାବେ ସାମିଲ କରାଇଛନ୍ତି । ତେବେ ଲୋକସେବା ଭବନର କନଭେକ୍ସନ ହଲରେ ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ।

Advertisment