କନକ ବ୍ୟୁରୋ: ନବୀନଙ୍କ ନବକଳେବର ଟିମରେ ସାମିଲ ହୋଇଛନ୍ତି କିଛି ଯୁବ ଚେହେରା । ତାହା ମଧ୍ୟରୁ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇଙ୍କ ନାଁ ଚର୍ଚ୍ଚାରେ ରହିଛି । ପ୍ରଥମଥର ପାଇଁ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଛନ୍ତି ଯାଜପୁର ସୁକିନ୍ଦା ବିଧାୟକ ତଥା ପ୍ରଫୁଲ୍ଲ ଘଡାଇଙ୍କ ପୁଅ ପ୍ରୀତିରଞ୍ଜନ ଘଡାଇ । ନବୀନ ସବୁବେଳେ ଯୁବବର୍ଗଙ୍କୁ ପ୍ରଧାନ୍ୟ ଦେଉଥିବାବେଳେ ସୁକିନ୍ଦା ଘଡାଇ ପରିବାରର ଉତ୍ତରାଧିକାରୀଙ୍କୁ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତେବେ ଲୋକସେବା ଭବନର କନଭେକ୍ସନ ହଲରେ ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ।