କନକ ବ୍ୟୁରୋ: ନବୀନଙ୍କ ନୂଆ ଟିମରେ ଶପଥ ନେଲେ କେନ୍ଦ୍ରାପଡ଼ା ଆଳି ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ପ୍ରତାପ ଦେବ । ୨୦୧୭ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ପ୍ରତାପ । ଆଉ ୨୦୧୯ରେ ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ପ୍ରତାପ ଦେବ । ତେବେ ପ୍ରତାପ ଦେବ ନବୀନଙ୍କ ନୂଆ ଟିମର କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତେବେ ଲୋକସେବା ଭବନର କନଭେକ୍ସନ ହଲରେ ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ।

Advertisment