କନକ ବ୍ୟୁରୋ: ପୁଣି ଥରେ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ଶପଥ ନେଲେ ପ୍ରଦୀପ ଅମାତ । ପୂର୍ବରୁ ୨୦୦୮ରୁ ୨୦୧୭ ଯାଏଁ ନବୀନ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ପ୍ରଦୀପ ଅମାତ । ବୌଦ୍ଧର ହେଭିୱେଟ୍ ନେତା ବିଧାୟକା ଭାବେ ରାଜ୍ୟ ରାଜନୀତିରେ ବେଶ୍ ଦବଦବା ରଖିଛନ୍ତି । ଏକଦା ବୌଦ୍ଧରୁ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ପ୍ରଦୀପ ଅମାତ । ୨୦୧୭ରୁ ୨୦୧୯ ଯାଏଁ ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି ଅମାତ । ତେଣୁ ଦକ୍ଷତା ଓ ଅଭିଜ୍ଞତାଙ୍କୁ ଦେଖି ଅମାତଙ୍କୁ ନବୀନ ପଞ୍ଚମ ପାଳିରେ ନିଜ ନୂଆଟିମରେ ଭରସିଛନ୍ତି । ତେବେ ଲୋକସେବା ଭବନର କନଭେକ୍ସନ ହଲରେ ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ।