କନକ ବ୍ୟୁରୋ: ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ଚେହେରା ଅତନୁ ସବ୍ୟସାଚ୍ଚୀ ନାୟକ ପୁଣିଥରେ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଛନ୍ତି । ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ଭଳି ପଦପଦବୀରେ ଦାୟିତ୍ୱ ତୁଲାଇଥିବା ଅଭିଜ୍ଞ ରାଜନେତାଙ୍କୁ ପଞ୍ଚମ ପାଳିରେ ଭରସିଛନ୍ତି ନବୀନ ପଟ୍ଟନାୟକ । ପୂର୍ବରୁ ୨୦୦୯ରୁ ୨୦୧୨ ଓ ୨୦୧୪ରୁ ୨୦୧୬ ପର୍ଯ୍ୟନ୍ତ ମନ୍ତ୍ରୀ ରହି ଆସିଥିଲେ ଅତନୁ । କେନ୍ଦ୍ରାପଡ଼ା ମହାକାଳପଡ଼ା ବିଧାୟକ ଅତନୁଙ୍କ ରାଜ୍ୟ ରାଜନୀତିରେ ବେଶ୍ ଦକ୍ଷତା ରହିଛି । ତେଣୁ ଏଥର ନୂଆ ମନ୍ତ୍ରୀମଣ୍ଡଳରେ ସାମିଲ କରିଛନ୍ତି ନବୀନ । ତେବେ ଲୋକସେବା ଭବନର କନଭେକ୍ସନ ହଲରେ ପ୍ରଫୁଲ୍ଲ ମଲ୍ଲିକଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ।

Advertisment