କନକ ବ୍ୟୁରୋ: ପୁଣି ଥରେ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ଶପଥ ନେଲେ ଅଶୋକ ଚନ୍ଦ୍ର ପଣ୍ଡା । ପୂର୍ବରୁ ୨୦୧୪ରେ ନବୀନ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ଅଶୋକ ଚନ୍ଦ୍ର ପଣ୍ଡା । ଭୁବନେଶ୍ୱର ଏକାମ୍ର କ୍ଷେତ୍ରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଅଶୋକଙ୍କୁ ରାଷ୍ଟ୍ରମନ୍ତ୍ରୀରୁ କ୍ୟାବିନେଟ ମନ୍ତ୍ରୀକୁ ପଦୋନ୍ନତି ହୋଇଛି । ପୂର୍ବରୁ ଭିନ୍ନକ୍ଷମ ଓ ସାମାଜିକ ସୁରକ୍ଷା ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ଅଶୋକ । ତେଣୁ ଦକ୍ଷତା ଓ ଅଭିଜ୍ଞତାଙ୍କୁ ଦେଖି ଅଶୋକଙ୍କୁ ନବୀନ ପଞ୍ଚମ ପାଳିର ନିଜ ନୂଆଟିମରେ ଭରସିଛନ୍ତି । ତେବେ ଲୋକସେବା ଭବନର କନଭେକ୍ସନ ହଲରେ ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ।