କଳାହାଣ୍ଡି ଜୟପାଟଣାରେ ମୁଖ୍ୟମନ୍ତ୍ରୀ : କୋଭିଡ୍ ପରେ ପ୍ରଥମ ଥର ପାଇଁ ମେଗା ସୋ’ରେ ଯୋଗଦାନ

84

କନକ ବ୍ୟୁରୋ : କଳାହାଣ୍ଡିରେ ଆଜି ସରକାରଙ୍କ ମେଗା ସୋ । କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ପରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଛି ରାଜ୍ୟ ସରକାରଙ୍କ ବଡ କାର୍ଯ୍ୟକ୍ରମ । କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ୫୪ଟି ପ୍ରକଳ୍ପର ଉଦଘାଟନ ଓ ୫୨ଟି ପ୍ରକଳ୍ପର ଶୁଭାରମ୍ଭ କରିବେ । କରୋନା ପରେ ପ୍ରଥମ ଥର ପାଇଁ ନବୀନ ପଟ୍ଟନାୟକ ଜନ ସମାବେଶରେ ଲୋକଙ୍କୁ ସମ୍ବୋଧନ କରିବେ ।

ସେଇଥିପାଇଁ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ କନକପୁର ଠାରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ନିର୍ମାଣ ହୋଇଥିବା ୩ଟି ସଭା ମଂଚକୁ ସାନିଟାଇଜ କରାଯାଇଛି । ୧୨ ଜଣିଆ ସ୍ୱାସ୍ଥ୍ୟ କର୍ମଚାରୀ ଟିମ ସ୍କ୍ରିନିଂ ଦାୟିତ୍ୱରେ ରହିଛନ୍ତି । ୫ଟି ଆମ୍ବିଲାନ୍ସ ସଭାସ୍ଥଳରେ ନିୟୋଜିତ ହୋଇଛି । ଏହାଛଡା ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜୟପାଟଣାରେ ୨୬ ପ୍ଲାଟୁନ ପୋଲିସ୍ ଫୋର୍ସ ମଧ୍ୟ ମୁତୟନ ହୋଇଛନ୍ତି ।