ଜନଗଣନା ଘୁଞ୍ଚାଇବାକୁ ମୋଦିଙ୍କୁ ନବୀନଙ୍କ ଚିଠି । ଲେଖିଲେ, ବର୍ତ୍ତମାନ ସମୟରେ ଜନଗଣନା କରିବା ଉଚିତ୍ ନୁହେଁ; ଘର ଘର ଯାଇ ଗଣନା କଲେ ରହିଛି ବିପଦ

Advertisment
ଜନଗଣନା ଘୁଞ୍ଚାଇବାକୁ ମୋଦିଙ୍କୁ ନବୀନଙ୍କ ଚିଠି । ଲେଖିଲେ, ବର୍ତ୍ତମାନ ସମୟରେ ଜନଗଣନା କରିବା ଉଚିତ୍ ନୁହେଁ; ଘର ଘର ଯାଇ ଗଣନା କଲେ ରହିଛି ବିପଦ

କନକ ବ୍ୟୁରୋ: ଜନଗଣନା ଘୁଂଚାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ୨୦୨୧ ଜନଗଣନା ଓ ଏନପିଆର ଅପଡେଟ୍ ପ୍ରକ୍ରିୟା ସ୍ଥଗିତ ରଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଜନଗଣନାର ପ୍ରାଥମିକ ତାଲିକା ପ୍ରସ୍ତୁତ ପାଇଁ ଯେଉଁ ଅବଧି ସ୍ଥିର କରାଯାଇଛି, ସେଥିରେ ପୁନର୍ବିଚାର କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

publive-image

ତେବେ ଏପ୍ରିଲ ୧ ରୁ ୩୦ ସେପ୍ଟେମ୍ବର ମଧ୍ୟରେ ଜନଗଣନାର ପ୍ରାଥମିକ କାର୍ଯ୍ୟ ସାରିବାକୁ କେନ୍ଦ୍ର ବିଜ୍ଞପ୍ତିରେ ଉଲ୍ଲେଖ ଥିଲା। କରୋନା ଭାଇରସ ମୁକାବିଲା ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିବାରୁ ଏଥିରେ ପରିବର୍ତ୍ତନ ଆଣିବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

publive-image

ଜନଗଣନାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସାରିବାକୁ ସାରା ଦେଶରେ ୩୦ ଲକ୍ଷ କର୍ମଚାରୀଙ୍କର ଆବଶ୍ୟକତା ରହିଛି। ଏମାନଙ୍କର ଟ୍ରେନିଂଠାରୁ ଆରମ୍ଭ କରି ଫିଲଡ଼ ଭିଜିଟ ଜରିଆରେ ତଥ୍ୟ ସଂଗ୍ରହ ଉପରେ କରୋନା ଭାଇରସ ବିପଦ ରହିଛି। ତେଣୁ ପୂର୍ବ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe