ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଯିବେ ନୂଆପଡ଼ା । ପଛୁଆ ଜିଲ୍ଲାକୁ ଆଗକୁ ଆଣିବା ପାଇଁ ସରକାର ନେଇପାରନ୍ତି ପଦକ୍ଷେପ, ଘୋଷଣା ହୋଇପାରେ ୪ହଜାର କୋଟିର ପ୍ୟାକେଜ ।

63

କନକ ବ୍ୟୁରୋ: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଯିବେ ନୂଆପଡା । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । ରାଜ୍ୟ ସରକାର ସମ ବିକାଶକୁ ଗୁରୁତ୍ୱ ଦେଉଥିବାରୁ ପ୍ରାୟ ୪ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିପାରନ୍ତି ନବୀନ । ପଛୁଆ ଜିଲ୍ଲାକୁ ଆଗକୁ ଆଣିବା ପାଇଁ ସରକାର ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି । ସେହିକ୍ରମରେ ଏକାଧିକ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିବେ ନବୀନ ।

ରାଜ୍ୟ ସରକାରଙ୍କ ବିକାଶ କାମରୁ ପ୍ରତି ପଂଚାୟତରେ ପହଂଚାଇବା ପାଇଁ ରାଜ୍ୟ ଶାସନ କଳ ଲାଗିପଡିଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ସରକାରୀ ଟଙ୍କାରେ ଦଳୀୟ ନେତା ଓ ମନ୍ତ୍ରୀ ମୌଜ କରୁଥିବା କହିବା ପରେ ପ୍ରତିକ୍ରିୟା ରଖିଛି ବିଜେଡି । ଯଦି କେହି ବିକାଶ ପ୍ୟାକେଜକୁ ମୌଜ ବୋଲି କହୁଥାନ୍ତି ଜନତା ତାର ଜବାବ ଦେବେ ବୋଲି କହିଛନ୍ତି ବିଜେଡି ବିଧାୟକ ଶଶୀଭୂଷଣ ବେହେରା ।