ପୁଲୱାମାରେ ସହିଦ ହୋଇଥିବା ଯବାନଙ୍କୁ ନବୀନ ପଟ୍ଟନାୟକଙ୍କ ସମ୍ମାନ ! କାଲି ହୋଲି ଖେଳିବେନି ମୁଖ୍ୟମନ୍ତ୍ରୀ ।

473

କନକ ବ୍ୟୁରୋ : ଆସନ୍ତାକାଲି ହୋଲି ଖେଳିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପରିକି ସମର୍ଥକ, ଶୁଭେଚ୍ଛୁ କିମ୍ବା ବିଜେଡି ନେତାମାନଙ୍କୁ ନବୀନ ନିବାସ ଯିବା ପାଇଁ ମଧ୍ୟ ମନା କରାଯାଇଛି । ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କାଲି ହୋଲି ପାଳିବେ ନାହିଁ ବୋଲି ଜଣାପଡିଛି ।

ବିତିଯାଇଛି ୩୬ ଦିନ, ହେଲେ ଆଜି ବି କାନ୍ଦୁଛି ପୁରା ଭାରତ । ପୁଲୱାମା ଆତଙ୍କବାଦୀ ଆକ୍ରମଣର ସେହି ଘଟଣା ଆଜି ବି ମନେ ପଡିଲେ ଲୋମ ଟାଙ୍କୁରି ଉଠେ । ଯେତେବେଳେ ଆତଙ୍କୀ ଆକ୍ରମଣର ଶିକାର ହୋଇ ସହିଦ ହୋଇଗଲେ ୪୦ ଜଣ ବୀର ସହିଦ ଯବାନ । ଆତଙ୍କୀଙ୍କ ଏଭଳି କାର୍ଯ୍ୟକଳାପର ଭାରତ ଜବାବ ଦେଇଛି ସତ, କିନ୍ତୁ ଆଜି ବି ଭାରତବାସୀଙ୍କ ଆଖିରୁ ଝରୁଛି ଲୁହ ।