ଆସନ୍ତାକାଲି ଜନ୍ମଦିନ ପାଳିବେ ନାହିଁ ନବୀନ ପଟ୍ଟନାୟକ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଜର ଜନ୍ମଦିନ ପାଳିବେ ନାହିଁ, ରକ୍ତ ଓ ପ୍ଲାଜମା ଦାନ କରିବାକୁ କଲେ ଅନୁରୋଧ

263

କନକ ବ୍ୟୁରୋ : ଜନ୍ମଦିନ ପାଳିବେ ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ନିଜର ଜନ୍ମଦିନ ପାଳିବେ ନାହିଁ ନବୀନ । କରୋନା କଟକଣା ପାଇଁ ନିଜର ଜନ୍ମଦିନକୁ ଚଳିତ ବର୍ଷ ନବୀନ ପାଳନ କରିବେ ନାହିଁ । ଜନ୍ମଦିନରେ ଗରୀବ ଲୋକଙ୍କୁ ସାହାଯ୍ୟ କରିବାକୁ କଲେ ନିବେଦନ । ଓଡିଶାବାସୀଙ୍କ ଭଲପାଇବା ଓ ଶୁଭେଚ୍ଛା ପାଇଁ ସବୁବେଳେ ରୁଣୀ ରହିବେ ବୋଲି କହିଲେ ନବୀନ । ରକ୍ତଦାନ ଓ ପ୍ଲାଜମା ଦାନ କରିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ।

ଗତ ଆଠ ମାସ ହେଲା କୋଭିଡ଼ ଯୋଗୁଁ ସମସ୍ତେ କଠିନ ସମୟ ଦେଇ ଗତି କରୁଛନ୍ତି । ତେଣୁ ଆଗାମୀ କାଲି ନବୀନ ନିବାସ ନ ଆସି ଗରିବ ଲୋକଙ୍କୁ ସାହାଯ୍ୟ କରିବା ,ରକ୍ତ ଦାନ କରିବା ଏବଂ କ୍ଟ୍ରକ୍ଷବଗ୍ଦଜ୍ଞବ ଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣ କୁ ନିବେଦନ କରିଛନ୍ତି।