କନକ ବ୍ୟୁରୋ : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାରର ଶେଷ ଦିନରେ ମାରାଥନ ପ୍ରଚାର କରିବେ । ଭଦ୍ରକ ଚାନ୍ଦବାଲିରେ ଆଜି ପ୍ରଚାର ସଭାକୁ ସମ୍ବୋଧନ କରି ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ଅପରାହ୍ଣରେ ୩ଟା ୫୫ ମିନିଟରେ ଭୁବନେଶ୍ୱରର ବିମାନ ବନ୍ଦରରୁ ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ଚାନ୍ଦବାଲି ଅଭିମୁଖେ ଯାତ୍ରା କରିବେ । ଅପରାହ୍ଣ ୪ଟା ୨୫ରେ ଚାନ୍ଦବାଲି ମୋଟୋ କଲେଜ ନିକଟ ରାକେଲଶ୍ୱର ଗ୍ରାଉଣ୍ଡରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡରେ ପହଂଚିବେ । ସେଠାରୁ ସଭାସ୍ଥଳକୁ ସଡକ ପଥରେ ଆସି ଜନତାଙ୍କୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି । ବିଜେଡି ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ କରିବାକୁ ଶେଷ ପର୍ଯ୍ୟାୟର ପ୍ରଚାରର ଶେଷ ଦିନରେ ପ୍ରଚାର କରିବେ ନବୀନ ପଟ୍ଟନାୟକ ।
ଆଜି ସରୁଛି ପ୍ରଚାର । ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କରିବେ ନବୀନ ପଟ୍ଟନାୟକ
/kanak/media/post_attachments/wp-content/uploads/2024/05/Naveen-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)