ମେକ ଇନ ଓଡିଶା କନକ୍ଲେଭର ରୋଡ ସୋ’ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ ଚେନ୍ନାଇ ଗସ୍ତ

Advertisment
ମେକ ଇନ ଓଡିଶା କନକ୍ଲେଭର ରୋଡ ସୋ’ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ ଚେନ୍ନାଇ ଗସ୍ତ

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଚେନ୍ନାଇ ଗସ୍ତରେ ଯିବେ। ସନ୍ଧ୍ୟାରେ ଚେନ୍ନାଇରେ ନବନିର୍ମିତ ଓଡ଼ିଶା ଭବନକୁ ଉଦଘାଟନ କରିବେ। ଉଦଘାଟନୀ ଉତ୍ସବରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ପି ପଲାନିସ୍ୱାମୀ ମଧ୍ୟ ଉପସ୍ଥିତ ରହିବେ। ଏହି ଛଅ ମହଲା ବିଶିଷ୍ଟ ଓଡ଼ିଶା ଭବନରେ ୨୧ଟି ରୁମ୍ ଓ ଏକ ସମ୍ମିଳନୀ କକ୍ଷ ରହିଛି।

publive-image୨୦୧୨ ମସିହା ମେ’ ମାସରେ ତାମିଲନାଡ଼ୁର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସହ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଥିଲେ। ଓଡ଼ିଶା ବାହାରେ ରାଜ୍ୟ ସରକାରଙ୍କର ଏହା ଷଷ୍ଠ ଅତିଥି ଭବନ ହେବ। ବର୍ତ୍ତମାନ ନୂଆଦିଲ୍ଲୀରେ ତିନିଟି, ମୁମ୍ବାଇ ଓ କୋଲକାତାରେ ଗୋଟିଏ ଲେଖାଏ ଅତିଥି ଭବନ ରହିଛି। ମେକ୍ ଇନ୍ ଓଡ଼ିଶା କନକ୍ଲେଭ ପାଇଁ ଶିଳ୍ପ ବିଭାଗ ପକ୍ଷରୁ ଚେନ୍ନାଇରେ ହେବାକୁ ଥିବା ରୋଡ୍ ସୋ’ରେ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe