ବାତ୍ୟା ‘ଫୋନି’କୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି । କହିଲେ, ଏନଡିଆରଏଫ ନିୟମାବଳୀ କୋହଳ କରାଯାଉ ।

346

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ନବୀନ ଏନଡିଆରଏଫରେ ଥିବା ନିୟମାବଳୀକୁ କୋହଳ ପାଇଁ ଅନୁରୋଧ କରିଛନ୍ତି । ସାମୁଦ୍ରିକ ଝଡ଼ ‘ଫନି’ ପ୍ରଭାବରେ ଉପକୂଳ ଓଡ଼ିଶାର ବିଦ୍ୟୁତ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି । ବାତ୍ୟାରେ ୨୨୦ ଓ ୧୩୨ କେଭି ଟାୱାର କ୍ଷତିଗ୍ରସ୍ତ ହୋଇଛି । ଗ୍ରୀଡ୍‌ ସବଷ୍ଟେସନ ଓ ୩୩ କେଭି ପୋଲ୍‌ ମଧ୍ୟ ନଷ୍ଟ ହୋଇଛି । ବାତ୍ୟା ଯୋଗୁଁ ୧୧୬୦ କୋଟି ଟଙ୍କାର ବିଦ୍ୟୁତ ଭିତ୍ତିଭୂମି ନଷ୍ଟ ହୋଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।ଏହାର ପୁନରୁଦ୍ଧାର ପାଇଁ ଏନଡିଆରଏଫ ନିୟମକୁ କୋହଳ କରାଯାଉ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।