କନକ ବ୍ୟୁରୋ : ପୁଲୱାମା ଏନକାଉଣ୍ଟରରେ ସହିଦ ହୋଇଥିବା ଓଡିଆ ଯବାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ଟ୍ୱିଟ କରି ଗଭୀର ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସହିଦଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଦେଶ ପ୍ରତି ସାହସୀ ଯବାନଙ୍କ ବଳିଦାନକୁ ସ୍ୟାଲୁଟ କରିଛନ୍ତି । ପୁଲୱାମା ଏନକାଉଣ୍ଟରରେ ସହିଦ ହୋଇଥିଲେ ଓଡିଆ ଯବାନ ଅଜିତ ସାହୁ ।
Deeply saddened by the martyrdom of Odia Jawan Ajit Kumar Sahoo in an encounter with militants in Pulwama district of Jammu and Kashmir. Salute to the supreme sacrifice of the brave solider; my thoughts and prayers are with the bereaved family.
— Naveen Patnaik (@Naveen_Odisha) June 19, 2019
ଆଜି ଓଡିଶା ଆସିବ ସହିଦ ଅଜିତ ସାହୁଙ୍କ ପ୍ରାର୍ଥୀବ ଶରୀର । ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ଭୁବନେଶ୍ୱର ଅଣାଯାଉଛି । ସେଠାରୁ ତାଙ୍କ ମରଶରୀରକୁ ଜନ୍ମମାଟି କାମାକ୍ଷାନଗରର ବଡସୁଆଳ ଗାଁକୁ ନିଆଯିବ । ଆତଙ୍କବାଦୀଙ୍କ ଆକ୍ରମଣରେ ଜମ୍ମୁ-କଶ୍ମୀରର ପୁଲୱାମାରେ ସହିଦ୍ ହୋଇଛନ୍ତି ଢ଼େଙ୍କାନାଳ ବଡ଼ସୁଆଳ ଗାଁର ଅଜିତ ସାହୁ । ସୋମବାର ଯବାନଙ୍କ ଗାଡି ଉପରକୁ ଆକ୍ରମଣ ସହ ବିସ୍ପୋରଣ କରି ଉଡାଇଦେଇଥିଲେ ଆତଙ୍କବାଦୀ । ଅଜିତ୍ ମାତ୍ର ୪ବର୍ଷ ତଳେ ୨୦୧୫ରେ ଭାରତୀୟ ସୈନ୍ୟବାହିନୀରେ ଯୋଗ ଦେଇଥିଲେ । ତାଲିମ ଶେଷ ପରେ କୋଲକାତାରେ ୨ବର୍ଷ କାର୍ଯ୍ୟ କରିଥିଲେ । ସେଠାରୁ ତାଙ୍କର ଜମ୍ମୁ-କଶ୍ମୀରକୁ ବଦଳି ହୋଇଥିଲା । ମୃତ୍ୟୁ ଖବର ଜାଣିବା ପରେ କାମାକ୍ଷାନଗର ଅଂଚଳରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି । କାନ୍ଦବୋବାଳିରେ ଫାଟି ପଡୁଛି ଜନ୍ମମାଟି ।