ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନାରେ ଓଡିଶା ଉଠାଇ ନାହିଁ ଲକଡାଉନ ପ୍ରସଙ୍ଗ: ରାଜ୍ୟ ବାହାରେ ଥିବା ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ଆଲୋଚନା ହୋଇଥିବା ସୂଚନା; ଏସଓପି ଆଣିବାକୁ କେନ୍ଦ୍ର ନିକଟରେ ଦାବି ଜଣାଇଛନ୍ତି ନବୀନ

ଅଧିକରୁ ଅଧିକ ନମୁନା ପରୀକ୍ଷା ଉପରେ ଗୁୁରୁତ୍ୱ

2,041

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିରେ ଓଡିଶା ଉଠାଇନାହିଁ ତାଲାବନ୍ଦ ବଢାଇବା ପ୍ରସଙ୍ଗ । ଆଜି ତାଲାବନ୍ଦ ସମ୍ପର୍କରେ ପରବର୍ତୀ ରଣନୀତି ପାଇଁ ପ୍ରଧାନମନ୍ତ୍ରୀ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ସମୟରେ ଓଡିଶା ତାଲାବନ୍ଦ ପ୍ରସଙ୍ଗ ଉଠାଇନାହିଁ ।

ସରକାରୀ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅଧିକରୁ ଅଧିକ ନମୁନା ପରୀକ୍ଷା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଭିଡିଓ କନଫରେନ୍ସି ବେଳେ ମୁଖ୍ୟମନ୍ତ୍ରୀ ପ୍ରବାସୀ ଓଡିଆଙ୍କ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି । ଜାତୀୟ ସ୍ତରରେ ଏକ ଏସଓପି ଜାରି କରିବାକୁ ନବୀନ ଏହି ଅବସରରେ କେନ୍ଦ୍ର ନିକଟରେ ଦାବି କରିଛନ୍ତି । ଏସଓପି ଜାରି ହେଲେ ଲୋକେ ଆସିବାରେ କୌଣସି ଅସୁବିଧା ହେବନାହିଁ । ଏକାଥରକେ ଏତେ ଲୋକ କିଭଳି ଆସିବେ ସେ ନେଇ ବିଚାରବିମର୍ଶ ହୋଇଛି । ମେ ୩ ପରେ ସେମାନଙ୍କ ଫେରିବା ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ନବୀନ ପଟ୍ଟନାୟକ ।

ମେ’ ୩ ତାରିଖ ତାଲା ବନ୍ଦ ପରେ କ’ଣ ହେବ? ତାଲା ବନ୍ଦର ଅବଧି ବଢ଼ିବ ନା’ ତାଲା ବନ୍ଦ ଉଠିବ? ଏହାକୁ ନେଇ ଏବେ ସାରା ଭାରତରେ ଚର୍ଚ୍ଚା । ଆଉ ଏହାରି ଭିତରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଆଲୋଚନାବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି, ସାମୂହିକ ଉଦ୍ୟମର ସୁଫଳ କିଛିଟା ଦେଖିବାକୁ ମିଳୁଛି । ଓଡିଶା ସମେତ ମେଘାଳୟ, ମିଜେରାମ, ପୁଡୁଚେରୀ, ଉତରାଖଣ୍ଡ, ହିମାଚଳ ପ୍ରଦେଶ, ବିହାର, ଗୁୃଜରାଟ ଓ ହରିୟାଣାର ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ । ତେବେଏକାଧିକ ମୁଖ୍ୟମନ୍ତ୍ରୀ ଲକ୍ଡାଉନ୍କୁ ବଢ଼ାଇବାକୁ ପ୍ରସ୍ତାବ ପୂର୍ବରୁ ଦେଇସାରିଛନ୍ତି ।

ଅନ୍ୟପଟେ, ତାଲାବନ୍ଦକୁ ଆହୁରି ମାସେ ହେବା ଦରକାର ବୋଲି ମତ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀମାନଙ୍କ ଆଲୋଚନା ପରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ବାହାର ରାଜ୍ୟରୁ ଆସୁଥିବା ଓଡିଆଙ୍କୁ ସେହି ରାଜ୍ୟରେ କରୋନା ପରୀକ୍ଷା କରାଯିବା ଦରକାର । ରାଜ୍ୟର ଦାବିକୁ ଅନ୍ୟ ରାଜ୍ୟ ବି ସମର୍ଥନ କରିଛନ୍ତି । କେମିତି ଆସିବେ ସେସବୁର ବ୍ୟବସ୍ଥ କରିବେ କେନ୍ଦ୍ର ସରକାର । ସେହିଭଳି ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଗାଇଡଲ।।ଇନ ଆଣିବାକୁ କେନ୍ଦ୍ର ନିକଟରେ ଦାବି କରିଛନ୍ତି ନବ ଦାସ ।