ଡିଜିଟାଲ ରାଲିରେ ବିକାଶର କଥା କହିଲେ ବିଜେଡି ସୁପ୍ରିମୋ । ନବୀନ ପଟ୍ଟନାୟକ କହିଲେ, ତିର୍ତୋଲର ବିକାଶ ପାଇଁ ରାଜ୍ୟ ସରକାର ସବୁବେଳେ ଉତ୍ସର୍ଗୀକୃତ, କାଲି ବାଲେଶ୍ୱର ପାଇଁ କରିବେ ପ୍ରଚାର । ପିସିସି ସଭାପତି କଲେ ଟାର୍ଗେଟ୍, କହିଲେ ରାଜ୍ୟରେ ବଢ଼ି ଚାଲିଛି ବେକାରୀ

104

କନକ ବ୍ୟୁରୋ : ଉପନିର୍ବାଚନ ପ୍ରଚାର ମଇଦାନକୁ ଏଂଟ୍ରି ମାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଭର୍ଚୁଆଲ ମିଂଟି କରି ବିକାଶର କଥା କହି ତିର୍ତୋଲବାସୀଙ୍କୁ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ଏବଂ କହିଛନ୍ତି ତିର୍ତୋଲବାସୀଙ୍କ ବିକାଶ ପାଇଁ ତାଙ୍କ ସରକାର ସବୁବେଳେ ଉତ୍ସଗୀକୃତ ।

ରାଜନୈତିକ ବୟାନବାଜୀ ବଦଳରେ ପୁଣି ଥରେ ବିକାଶର କଥା କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଡିଜିଟାଲ ମାଧ୍ୟମରେ ପ୍ରଚାର ମୈଦାନକୁ ଓହ୍ଲାଇ, ତିର୍ତୋଲ ନିର୍ବାଚନ ମଣ୍ଡଳୀର ଭୋଟର୍ଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ସାଢ଼େ ୫ ମିନିଟ୍ର ଏହି ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି କି, ସୁଗମ ଯୋଗାଯୋଗ ପାଇଁ ମହାନଦୀରେ ୨ଟି ସେତୁ କାମ ଆରମ୍ଭ ହୋଇଛି । ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟ ଭିତ୍ତିଭୂମିର ବିକାଶ ସରକାରଙ୍କ ପ୍ରଥମ ଲକ୍ଷ୍ୟ । ତିର୍ତ୍ତୋଲ ଅଂଚଳରେ ବନ୍ୟା ନିୟନ୍ତ୍ରଣ ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ନୂଆ ରୋଜଗାର ସୃଷ୍ଟି ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି ।

ଏହି ଡିଜିଟାଲ ରାଲିରେ ଟଙ୍କିକିଆ ଚାଉଳ ଏବଂ ମିଶନ ଶକ୍ତି କଥା ବି କହିଛନ୍ତି ବିଜେଡି ସୁପ୍ରିମୋ । ସେହିପରି କରୋନା ସ୍ଥିତିର ମୁକାବିଲା ପାଇଁ କୋଭିଡ୍ ଯୋଦ୍ଧା ଓ ଜନ ସାଧାରଣଙ୍କ ସହଯୋଗକୁ ପ୍ରଶଂସା କରିଛନ୍ତି ନବୀନ ପଟ୍ଟନାୟକ । ସେ ଆହୁରି ମଧ୍ୟ କହିଛନ୍ତି, କରୋନା ପରିଚାଳନା ପାଇଁ ଓଡ଼ିଶା ଏକ ମଡେଲ ରାଜ୍ୟ । ଓଡ଼ିଶାର କାମକୁ ବିଶ୍ୱ ସ୍ଥାସ୍ଥ୍ୟ ସଂଗଠନ ସ୍ୱାଗତ ଓ ପ୍ରଶଂସା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଏହି ଡିଜିଟାଲ ରାଲିରେ ଲୋକଙ୍କୁ ସାମିଲ କରିବା ପାଇଁ ତିର୍ତୋଲ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବିଜେଡି ପକ୍ଷରୁ ବ୍ୟାପକ ଆୟୋଜନ ହୋଇଥିଲା । ଯେଉଁଠି ଲୋକମାନେ ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିଭାଷଣକୁ ଶୁଣିଥିଲେ ।