ପଞ୍ଚମ ପାଳିର ପ୍ରଥମ ଅଧିବେଶନ । ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଶପଥ ନେଉଛନ୍ତି ନବ ନିର୍ବାଚିତ ବିଧାୟକ ।

152

କନକ ବ୍ୟୁରୋ : ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି । ବିଧାନସଭାରେ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସମେତ ନବ ନିର୍ବାଚିତ ବିଧାୟକମାନେ ବିଧାନସଭାରେ ଶପଥ ନେଉଛନ୍ତି । ଶପଥ ପାଠ କରାଉଛନ୍ତି କାମଚଳା ବାଚସ୍ପତି ଅମର ଶତପଥୀ । ନବୀନ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ ଅଧିବେଶନ । ଆଜି ବିଧାନସଭାରେ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ଅଧିବେଶନ । ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ଏହି ସ୍ୱତନ୍ତ୍ର ଅଧିବେଶନ ୩ ଦିନ ପର୍ଯ୍ୟନ୍ତ ଚାଲିବ । ତେବେ ଏହି ଅଧିବେଶନରେ କାମଚଳା ବାଚସ୍ପତି ଭାବେ ଦାୟିତ୍ୱ ତୁଲାଉଛନ୍ତି ଅମର ଶତପଥୀ । ପ୍ରଥମେ ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ପଦ ଓ ଗୋପନୀୟତାର ଶପଥ ନେଉଛନ୍ତି ନବ ନିର୍ବାଚିତ ବିଧାୟକ ।