ଲଗାତର ପଂଚମ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ନବୀନ । ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ସକାଳ ସାଢେ ୧୦ଟାରେ ଶପଥପାଠ ଉତ୍ସବ

୧୧ କ୍ୟାବିନେଟ ଓ ୯ ରାଷ୍ଟ୍ରମନ୍ତ୍ରୀ ବି ନେବେ ଶପଥ

85

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ନବୀନ । ବିଧାନସଭା ନିର୍ବାଚନରେ ବିଜେଡିର ବଡ ବିଜୟ ପରେ ଲଗାତର ପଂଚମ ଥର ଲାଗି ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ନବୀନ ପଟ୍ଟନାୟକ । ଆଜି ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ସକାଳ ପ୍ରାୟ ସାଢେ ୧୦ଟାରେ ଶପଥ ନେବେ ନବୀନ । ଏଥିସହ ନୂଆ ମନ୍ତ୍ରୀ ମଣ୍ଡଳ ବି ଶପଥ ନେବେ ।

ତେବେ ନବୀନଙ୍କ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରିଛି ବିଜେଡି । ନୂଆ ସରକାରଙ୍କ ଶପଥ ସମାରୋହ ପାଇଁ ସଜେଇ ହୋଇଛି ଭୁବନେଶ୍ୱରର ଇଡ୍କୋ ପଡିଆ । ସମାରୋହ ସ୍ଥଳର ଚାରିଆଡେ ଲାଗିଛି ସିସିଟିଭି । ଆଜି ନିୟୋଜିତ ହୋଇଛନ୍ତି ୨୫ ପ୍ଲାଟୁନ୍ ଫୋର୍ସ । ୬ ହଜାରରୁ ଅଧିକ ଲୋକ ଶପଥ ସମାରୋହରେ ସାମିଲ ହେବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଓଡିଶାର ସମସ୍ତ ରାଜନୈତିକ ଦଳ ମୁଖ୍ୟ ସମେତ, ବିଧାୟକ ଏବଂ ସାଂସଦଙ୍କୁ ଡକାଯାଇଛି । ରାଜ୍ୟ ତଥା ଦେଶର କିଛି ଶିଳ୍ପପତିଙ୍କୁ ନିମନ୍ତ୍ରଣ ଦିଆଯାଇଛି । ଶିକ୍ଷକ, କୃଷକ, ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ମଧ୍ୟ ଡକାଯାଇଛି ।