କନକ ବ୍ୟୁରୋ: କୋଭିଡ୍ ନିୟନ୍ତ୍ରଣ କ୍ଷେତ୍ରରେ ଓଡିଶା ଏବେ ଭଲ ସ୍ଥିତିରେ ଅଛି । ବିଶ୍ୱ ସ୍ଥାସ୍ଥ୍ୟ ସଂଗଠନ ମଧ୍ୟ ଓଡିଶାର ପ୍ରଶଂସା କରିଛି । ହେଲେ ବିପଦ ଏବେ ବି ଟଳିନି । ମହାରାଷ୍ଟ୍ରର କିଛି ଅଚଂଳରେ ଏବେ ଲକଡାଉନ୍ ପୁଣି ଫେରିଛି । ତେଣୁ ଆମକୁ ଏବେ ଆହୁରି ସତର୍କ ରହିବା ସହିତ କୋଭିଡ୍ ନିୟମର ଅନୁପାଳନ କରିବାକୁ ହେବ । ମାସ୍କକୁ ସଠିକ୍ ଭାବେ ପିନ୍ଧିବା ସହିତ ନିୟମିତ ବ୍ୟବଧାନରେ ହାତକୁ ସାବୁନରେ ସଫା କରିବାକୁ ହେବ । ଆଜି ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
#BREAKING
ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ
କରୋନା ନିୟନ୍ତ୍ରଣରେ ଓଡିଶା ଭଲ ସ୍ଥିତିରେ ଅଛି
ବିଶ୍ୱ ସ୍ଥାସ୍ଥ୍ୟ ସଂଗଠନ ମଧ୍ୟ ଓଡିଶାର ପ୍ରଶଂସା କରିଛି
ରାଜ୍ୟରେ ଦୈନିକ ସଂକ୍ରମଣ ଏବେ ୧୦୦ ତଳେ ରହୁଛି
‘ରୋଗ କ୍ଷେତ୍ରରେ ଆତ୍ମସନ୍ତୋଷ ଠିକ୍ ନୁହେଁ, ବିପଦ ଏବେ ବି ଟଳିନି’@CMO_Odisha@Naveen_Odishapic.twitter.com/pj3XPZuBwl— Kanak News (@kanak_news) March 14, 2021
ଏଥିସହ ଜିରୋ ଇନଫେକ୍ସନ ଆମର ଲକ୍ଷ୍ୟ ବୋଲି ନବୀନ ଆଜି ଭିଡିଓ ବାର୍ତ୍ତାରେ ରାଜ୍ୟବାସୀଙ୍କୁ କହିଛନ୍ତି । ସେ କହିଛନ୍ତି ଯେ, ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ ଓ ମଧ୍ୟପ୍ରଦେଶରେ ଏବେ ସ୍ଥିତି ବିଗିଡିଛି । ଏପରିକି ମହାରାଷ୍ଟ୍ରର କିଛି ଅଂଚଳରେ ଲକଡାଉନ୍ ଜାରି ହୋଇଛି । ହେଲେ ଆମେ କେହି ବି ଏବେ ଲକଡାଉନକୁ ଫେରିବାକୁ ଚାହୁଁନୁ । ଲକଡାଉନ୍ ସମୟର କଷ୍ଟ ଏବେ ବି ଆମର ସ୍ମୃତି ହୋଇ ରହିଛି । ତେଣୁ ସମସ୍ତେ କୋଭିଡ୍ ନିୟମର ଅନୁପାଳନ କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ।
#BREAKING
ମହାରାଷ୍ଟ୍ରର କିଛି ଅଂଚଳରେ ଲକଡାଉନ୍ ପୁଣି ଫେରିଛି
ସମସ୍ତେ ମାସ୍କକୁ ଭଲ ଭାବେ ପିନ୍ଧିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ
କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ପରାମର୍ଶ ଦେଲେ ନବୀନ
ସତର୍କ ରହିବା ହିଁ ମୃତ କରୋନା ଯୋଦ୍ଧାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି @CMO_Odisha@Naveen_Odisha#KanakNewspic.twitter.com/bdYLZs0m90— Kanak News (@kanak_news) March 14, 2021
ଅନ୍ୟପଟେ କୋଭିଡକୁ ନିୟନ୍ତ୍ରଣ କରିବାକୁ ଆମ ରାଜ୍ୟରେ ଏବେ ଟିକାକରଣ ଜାରି ରହିଛି । ସମସ୍ତେ ଏହି ଟିକାକରଣ ପ୍ରକ୍ରିୟାକୁ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି । ବିଗତ ଦିନମାନଙ୍କରେ କୋଭିଡ ଯୁଦ୍ଧରେ ଅନେକ ଯୋଦ୍ଧା ନିଜର ଜୀବନ ହରାଇଛନ୍ତି । ତେଣୁ ଏବେ ସବୁ ଲୋକ କୋଭିଡ୍ ନିୟମ ପାଳନ କରିବା ହିଁ ସେହି କୋଭିଡ୍ ଯୋଦ୍ଧାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହ ପୋଲିସ ଏବଂ ପ୍ରଶାସନକୁ ମଧ୍ୟ ମୁଖ୍ୟମନ୍ତ୍ରୀ କୋଭିଡ୍ ଗାଇଡଲାଇନ୍ ଅନୁପାଳନ ତଦାରଖ କରିବାକୁ ପରାମର୍ଶ ଦେଇଛନ୍ତି । ସବୁପରେ ଲୋକମାନେ ସତର୍କତା ଅବଲମ୍ବନ କରିବା ସହିତ ସୁରକ୍ଷିତ ରହିବାକୁ ମୁଖ୍ୟମନ୍ତ୍ରୀ ନିଜର ଭିଡିଓ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି ।