କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । କୋଭିଡ ନିୟନ୍ତ୍ରଣ ଓ ଅର୍ଥନୀତି ପୁନରୁଦ୍ଧାର ଉପରେ ଗୁରୁତ୍ୱ ଦେଲେ ନବୀନ । ଫେରନ୍ତା ପ୍ରବାସୀ ଓଡିଆଙ୍କୁ ନଜରରେ ରଖି ୬ଟି ଜିଲ୍ଲାରେ ବଢିବ ଶଯ୍ୟା ସଂଖ୍ୟା ।

935

କନକ ବ୍ୟୁରୋ: କୋଭିଡ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । ଆଗାମୀ ଏକ ସପ୍ତାହ ମଧ୍ୟରେ ବଢିବ କୋଭିଡ କେୟାର ସେଂଟର ଶଯ୍ୟା ସଂଖ୍ୟା । ୬ ଜିଲ୍ଲା ଗଂଜାମ, ବାଲେଶ୍ୱର, କେନ୍ଦ୍ରାପଡା, ଭଦ୍ରକ, ଯାଜୂପୁର ଓ ବଲାଙ୍ଗୀର ଜିଲ୍ଲାମାନଙ୍କରେ କୋଭିଡ କେୟାର ସେଂଟରର ସିଟ ସଂଖ୍ୟା ବଢାଯିବ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର କୋଭିଡ ନିୟନ୍ତ୍ରଣ ଓ ଅର୍ଥନୈତିକ ପୁନରୁଦ୍ଧାର କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟଶାସନ ସଚିବ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଏବେ ପ୍ରବାସୀ ଓଡିଆ ମାନେ ବହୁ ସଂଖ୍ୟାରେ ରାଜ୍ୟକୁ ଫେରୁଥିବାରୁ ବିଭିନ୍ନ ଅଂଚଳରେ ନିର୍ମିତ ଅସ୍ଥାୟୀ ଶିବିର ଗୁଡିକର ଉପଯୁକ୍ତ ପରିଚାଳନା ଓ ଲୋକମାନଙ୍କୁ ରୋଜଗାର ଯୋଗାଇଦେବା ପାଇଁ ଅର୍ଥନୀତିକୁ ଚଳଚଂଚଳ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି ।

ସେହପରି ଗଂଜାମ ଭଳି ଅନ୍ୟ ଜିଲ୍ଲାରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ମାନଙ୍କରେ ଅନ୍ତେବାସୀମାନଙ୍କୁ କୋଭିଡ ରୋଗ ପରିଚାଳନା ସଂପର୍କରେ ତାଲିମ ଦିଆଯିବ । ଯାହା ଫଳରେ ସଂଗରୋଧରୁ ବାହାରିବା ଫଳରେ ସେମାନେ କୋଭିଡ ସ୍ୱେଚ୍ଚାସେବୀ ଭାବରେ ସମାଜକୁ ସେବା ଯୋଗାଇଦେଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ।