ବାତ୍ୟା ୟାସ୍ ମୁକାବିଲା ନେଇ ସ୍ଥିତି ସମୀକ୍ଷା କଲେ ନବୀନ । ଭିସି ଜରିଆରେ ବିସ୍ତୃତ ବିବରଣୀ ରଖିଲେ ମୁଖ୍ୟ ଶାସନ ସଚିବ ଏବଂ ଏସଆରସି ।

339

କନକ ବ୍ୟୁରୋ: ବାତ୍ୟା ୟାସର ମୁକାବିଲା ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସଆରସି କଣ୍ଟ୍ରୋଲ ରୁମରୁ ବାତ୍ୟା ଉପରେ କିପରି ନଜର ରଖାଯାଇଛି ସେନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି । ନବୀନ ନିବାସରୁ ରହି ଭିସି ଜରିଆରେ ମୁଖ୍ୟମନ୍ତ୍ରୀ ଏହି ସମୀକ୍ଷା କରିଛନ୍ତି । ଏହି ଅବସରରେ ନବୀନ କହିଛନ୍ତି, ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ । ସରକାର ବାତ୍ୟା ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଲୋକମାନେ ମଧ୍ୟ ଏଥିରେ ସହଯୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିିଥିଲେ ।

ଏହି ସମୀକ୍ଷାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କିଭଳି ଲୋକଙ୍କ ଜୀବନ ରକ୍ଷା ପାଇଁ ପ୍ରଶାସନ ପ୍ରସ୍ତୁତି କରିଛି ସେନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ । ତା ସହ ଏସଆରସି ପ୍ରଦୀପ ଜେନା ବାତ୍ୟା ୟାସର ଗତିପଥ ଓ ଏହାର ଲ୍ୟାଣ୍ଡଫଲ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ବାତ୍ୟାର ଗତିପଥ, ମୁକାବିଲା, ପ୍ରଶାସନ ପ୍ରସ୍ତୁତି ନେଇ ବ୍ୟାପକ ଭାବେ ଏସଆରସି ଏହି ଭିଡିଓ କନଫରେନ୍ସିଂରେ ସୂଚନା ଦେଇଥିଲେ ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏହି ଅତିଭୀଷଣ ସାମୁଦ୍ରିକ ଝଡର ରୂପ ନେଇ ଓଡିଶା ମୁହାଁ ହୋଇଛି । ଆସନ୍ତାକାଲି ଏହି ଲ୍ୟାଣ୍ଡଫଲ କରିବ । ତେବେ ଏହା ବାଲେଶ୍ୱର କିମ୍ବା ଭଦ୍ରକ ଜିଲ୍ଲାରେ ଏହା ସ୍ଥଳଭାଗ ଛୁଇଁପାରେ । ଏହି ସମୟରେ ପବନର ବେଗ ବଢିବା ସହିତ ସମୁଦ୍ର ଅଶାନ୍ତ ରହିବ । ତେବେ ଏହାପୂର୍ବରୁ ପ୍ରଶାସନର ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି ।