ମୁଖ୍ୟମନ୍ତ୍ରୀ ପଦରୁ ନବୀନ ପଟ୍ଟନାୟକଙ୍କ ଇସ୍ତଫା । ରାଜଭବନରେ ପହଞ୍ଚି  ଦେଲେ ଇସ୍ତଫାପତ୍ର । 

1,867

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ । ରାଜଭବନରେ ପହଞ୍ଚି ନିଜର ଇସ୍ତଫାପତ୍ର ରାଜ୍ୟପାଳକୁ ଦେଇଛନ୍ତି ନବୀନ ପଟ୍ଟନାୟକ । ବିଜେଡିର ବରିଷ୍ଠ ନେତାଙ୍କ ସହ ଆଲୋଚନା ପରେ ଆଜି ରାଜଭବନରେ ପହଞ୍ଚି ଇସ୍ତଫା ଦେଇଛନ୍ତି ନବୀନ ।

ଚଳିତ ନିର୍ବାଚନରେ ବଡ ପରାଜୟର ସାମ୍ନା କରିଛି ବିଜେଡି । ୨୦୧୯ରେ ୧୧୩ ଆସନ ଜିତିଥିବା ବିଜେଡି ୨୦୨୪ ନିର୍ବାଚନରେ ମାତ୍ର ୫୧ଟି ଆସନରେ ଜିତିବାକୁ ସକ୍ଷମ ହୋଇଛି । ଏହାସହ ୬ଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ହେବା ଆଶା ଧୂଳିସାତ ହୋଇଛି । ୭୮ ଆସନରେ ବିଜୟ ସହ ବିଜେପି ବହୁମତ ପାଇଥିବା ବେଳେ ପୂର୍ବ ଘୋଷଣା ଅନୁଯାୟୀ ଆସନ୍ତା ୧୦ ତାରିଖରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ୨୦୦୦ ମସିହାରୁ ଲଗାତାର ମୁଖ୍ୟମନ୍ତ୍ରୀ ହୋଇ ଆସୁଥିଲେ ନବୀନ । ତେବେ ୨୦୨୪ ମସିହାରେ ଏଥିରେ ପୂର୍ଣ୍ଣଚ୍ଛେଦ ପଡିଛି ।