ବଜେଟକୁ ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଜେଟ୍ ଦ୍ୱାରା କ୍ଷତି ସହିବ ଓଡିଶା । ୧୦,୮୪୦ କୋଟିର ବୋଝ ଓଡିଶା ଉପରେ ପଡିବ

Advertisment
ବଜେଟକୁ ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଜେଟ୍ ଦ୍ୱାରା କ୍ଷତି ସହିବ ଓଡିଶା । ୧୦,୮୪୦ କୋଟିର ବୋଝ ଓଡିଶା ଉପରେ ପଡିବ

କନକ ବ୍ୟୁରୋ: କେନ୍ଦ୍ର ଅର୍ଥମନ୍ତ୍ରୀ ସଂସଦରେ ଚଳିତ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ କହିବାନୁସାରେ ଏହି ବଜେଟ୍ ଦ୍ବାରା ଓଡ଼ିଶା କ୍ଷତି ସହିବ । କେନ୍ଦ୍ରୀୟ ଟିକସରେ ରାଜ୍ୟର ଭାଗ ଯଥେଷ୍ଟ କମିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଚଳିତ ବର୍ଷ ପାଇଁ କେନ୍ଦ୍ରୀୟ ଟିକସର ଅଂଶ ପ୍ରାୟ ୧୦,୮୪୦ କୋଟି ହ୍ରାସ ପାଇବା ଦ୍ବାରା ଓଡିଶା ପ୍ରଭାବିତ ହେବ । ଏଥିସହ ୧୫ ତମ ଅର୍ଥ ଆୟୋଗର ସୁପାରିସ୍ ଅନୁଯାୟୀ ଭୂସମାନ୍ତର ଅଂଶ ୪.୬୨୯ ପ୍ରତିଶତରୁ ୪.୫୨୮ ପ୍ରତିଶତକୁ ହ୍ରାସ ପାଇବ। ଯାହା ଓଡିଶା ଉପରେ ଗୁରୁତର ପ୍ରଭାବ ପକାଇବ ପକାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହ ରାଜପଥ କ୍ଷେତ୍ରରେ ଓଡିଶାରେ ଅଧିକ ପୁଞ୍ଜି ବିନିଯୋଗ ଆବଶ୍ୟକ ଅଛି । ବର୍ତ୍ତମାନର ବଜେଟରେ କେବଳ ଅନ୍ୟ ରାଜ୍ୟ ପାଇଁ ଯୋଜନା କରାଯାଇଛି । ପେଟ୍ରୋଲ ଏବଂ ଡିଜେଲରେ ସେସ୍ ପରିବର୍ତ୍ତନ ଦ୍ୱାରା ରାଜସ୍ୱର କେନ୍ଦ୍ର ରାଜ୍ୟ ଆର୍ଥିକ ସନ୍ତୁଳନକୁ ଦୁର୍ବଳ କରିବ । ମହିଳା, କୃଷକ ଏବଂ ଏମଏସଏମଇ ମାନଙ୍କ କ୍ରେଡିଟ୍ ଋଣ ବଢାଇବା ପାଇଁ ବ୍ୟାଙ୍କଗୁଡ଼ିକୁ ଉତ୍ତରଦାୟୀ କରିବାକୁ ପଡିବ ବୋଲି ନବୀନ ମତପୋଷଣ କରିଛନ୍ତି ।

ଅନ୍ୟପଟେ କୋଭିଡ୍ ପରବର୍ତ୍ତୀ ସ୍ଥିତିରେ ଏହା ହେଉଛି ପ୍ରଥମ ବଜେଟ୍ ଯାହା ଅନେକ ସମସ୍ୟାର ସମାଧାନ କରିବ ବୋଲି ନବୀନ କହିଛନ୍ତି । ବଜେଟର ସକରାତ୍ମକ ଦିଗକୁ ଦେଖି ନବୀନ କହିଛନ୍ତି, ଅଭିବୃଦ୍ଧି ପାଇଁ ପୁଞ୍ଜି ବିନିଯୋଗ ଉପରେ ଧ୍ୟାନ ଦିଆଯିବା ଉଚିତ୍ । ଗତ ବର୍ଷ ଠାରୁ ଓଡିଶା ଅନୁସରଣ କରୁଥିବା ପରି ଡିଜିଟାଲ୍ ବଜେଟ୍ ସହିତ ୟୁନିଅନ୍ ବଜେଟ୍ ସବୁଜକୁ ପରିଣତ ହୋଇଛି। ମିଶନ ଶକ୍ତି ମହିଳା ସଶକ୍ତିକରଣ ଉପରେ ଧ୍ୟାନ ଦେଇ ୟୁନିୟନ ବଜେଟ ପ୍ରସ୍ତୁତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଏହାକୁ ନେଇ ଖୁସି ଥିବା କହିଛନ୍ତି । ୨୦୧୧-୨୦୧୨ ରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଓଡିଶାର ମମତା ଯୋଜନା ଗ୍ରହଣ କରାଯିବା ପରେ ଆମ ରାଜ୍ୟରେ ମହିଳା ସଶକ୍ତିକରଣ ପଦକ୍ଷେପ ମିଶନ୍ ଶକ୍ତି ଜରିଆରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି । ଓଡିଶା ଦେଶ ପାଇଁ ବେଞ୍ଚ ମାର୍କ ହୋଇଛି। ମୁଁ ଆଶା କରୁଛି ଯେ ମମତା ଏବଂ ମିଶନ ଶକ୍ତି ପରେ ମହିଳା ସଶକ୍ତିକରଣ ଦିଗରେ ପରବର୍ତ୍ତୀ ଯୁକ୍ତିଯୁକ୍ତ ପଦକ୍ଷେପ ଲୋକସଭା ତଥା ରାଜ୍ୟସଭାରେ ମହିଳାମାନଙ୍କ ପାଇଁ ସଂରକ୍ଷଣ ହେବ। ଆମେ ଏଥିପାଇଁ ସଂଗ୍ରାମ ଜାରି ରଖିବା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe