କନକ ବ୍ୟୁରୋ: ଆସି ସମ୍ବଲପୁର ଲୋକସଭା କ୍ଷେତ୍ରରେ ମାରାଥନ ପ୍ରଚାର ଜାରି ରଖିଛନ୍ତି ନବୀନ ପଟ୍ଟନାୟକ । ଦେବଗଡ ପରେ ଏବେ ଛେଣ୍ଡିପଦାରେ ମୁଖ୍ୟମନ୍ତ୍ରୀ ପ୍ରଚାର କରିଛନ୍ତି । ଆଉ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ଏହାସହ ଛେଣ୍ଡିପଦା ମାଟିରୁ ବିରୋଧୀଙ୍କୁ ପ୍ରଶ୍ନ କରିଛନ୍ତି ନବୀନ । ସେ କହିଛନ୍ତି କୁଆଡେ ଗଲା ଅଛା ଦିନ୍?
ନବୀନ ପଟ୍ଟନାୟକ ଜନତାଙ୍କୁ ସମ୍ବୋଧନ କରି କହିଛନ୍ତି କି, ଜୁଲାଇରୁ ବିଜୁଳି ବିଲ ଆସିବ ନାହିଁ । ବିଜେଡି ସରକାର ଆପଣଙ୍କୁ ମାଗଣାରେ ବିଜୁଳି ବିଲ ଦେବେ । ଆପଣ ଖୁସି ତ । ସେହିପରି ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ବିରୋଧୀ ଦଳ ନେତା ମିଛ କଥା କହୁଛନ୍ତି । ଅଛେ ଦିନ କୁଆଡେ ଗଲା । କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିରୋଧୀ । ଆପଣମାନେ ଶଙ୍ଖ ଚିହ୍ନକୁ ଆଶୀର୍ବାଦ କରନ୍ତୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2024/05/14-10.jpg)