ସମ୍ବଲପୁରରେ ମୋଦୀଙ୍କୁ ପ୍ରଂଶାସ କଲେ ନବୀନ: କହିଲେ, ଦେଶକୁ ନୂଆ ଦିଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ

285

କନକ ବ୍ୟୁରୋ: ସମ୍ବଲପୁରର ନୂଆ କ୍ୟାମ୍ପସର ଉଦଘାଟନ ଉତ୍ସବ ପାଇଁ ସମୟ ବାହାର କରି ଯୋଗଦେଇଥିବାରୁ ପ୍ରଧାନମନନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋଦୀଙ୍କ ପ୍ରସଂଶା କରି ନବୀନ କହିଛନ୍ତି, ଦେଶକୁ ନୂଆ ଦିଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଦେଶକୁ ଅର୍ଥନୀତିର ପାୱାର ହାଉସ ପରିଣତ କରିବା ଦିଗରେ କାର୍ଯ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଦେଶରେ ଗୋଲଡେନ ସମୟ ଚାଲିଥିବା ବେଳେ ଓଡ଼ିଶା ଏଥିରେ ଆଗୁଆ ରହିଛି । ଷ୍ଟାଟଅପକୁ ପ୍ରୋତ୍ସାହନ ଦେବାରେ ଓଡ଼ିଶା ଗୁରୁତ୍ୱ ଦେଇଛି ।