ବଡଖବର : +୨ ପରୀକ୍ଷା ବାତିଲ । କରୋନାକୁ ଦୃଷ୍ଟିରେ ରଖି ବଡ ନିଷ୍ପତି ନେଲେ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ କହିଲେ ଜୀବନ ଆଗ, ବାକି ସବୁ ପଛ ।

2,429
କନକ ବ୍ୟୁରୋ : ବାତିଲ ହେଲା ଦ୍ୱାଦଶ ଶ୍ରେଣୀ ପରୀକ୍ଷା । ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କଲେ ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । କରୋନାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।
କରୋନାର ଦ୍ୱିତୀୟ ଲହର ଭୟଙ୍କର ସ୍ଥିତି ସୃଷ୍ଟି କରିଥିବା ବେଳେ ପ୍ରତିଟି ଜୀବନର ସୁରକ୍ଷା ଏବେ ରାଜ୍ୟ ସରକାରଙ୍କ ସବୁଠୁ ପ୍ରାଥମିକାତ ପାଲଟିଛି । ଏଭଳି ସ୍ଥଳେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଚଳିତ ବର୍ଷର ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ କହିଛନ୍ତି ଜୀବନ ଆଗ, ବାକି ସବୁ ପଛ । ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପରୀକ୍ଷା ଠାରୁ ଅଧଇକ ଗୁରୁତ୍ୱପୂର୍ଣ୍ଣ ।
ପରୀକ୍ଷା ବାତିଲ ହୋଇଥିଲେ ମଧ୍ୟ ମୂଲ୍ୟାୟନ ବିଶେଷଜ୍ଞ ମାନଙ୍କ ପରାମର୍ଶକ୍ରମେ ବୋର୍ଡ ପକ୍ଷରୁ ନିର୍ଦ୍ଧାରିତ ମାପଦଣ୍ଡ ଦ୍ୱାରା ମୂଲ୍ୟାଙ୍କନ ହେବ । ଆଉ ତାହା ବି ପୁଣି ନିର୍ଦ୍ଦିଷ୍ଟ ସମୟସୀମା ଭିତରେ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ମୂଲ୍ୟାୟନରେ କେହି ସନ୍ତୁଷ୍ଟ ନହେଲେ ସେମାନେ ଚାହିଁଲେ ପରୀକ୍ଷା ଦେଇପାରିବେ ।  କୋଭିଡ ସ୍ଥିତିର ସମୀକ୍ଷା ସହ ପରୀକ୍ଷା କେବେ କରାଯିବ ସେନେଇ ବୋର୍ଡ ନିର୍ଣ୍ଣୟ କରିବ ।