ଅମିତ ଶାହାଙ୍କ ୧୨୦ ମିସନକୁ ହସରେ ଉଡାଇଲେ ନବୀନ : କହିଲେ ରାଜ୍ୟରେ ଦେଖାଯାଉନି ୧୨୦ଆସନରେ ବିଜୟର ଭିତ୍ତି

Advertisment
ପୁରୀରେ ଫେରିଲା ଶାହାଙ୍କ ପୋଡ଼ା ଟ୍ରାନ୍ସଫର୍ମର ଉପାଖ୍ୟାନ ! କରେଣ୍ଟ ନାହିଁ, ୧୯ରେ ଉପାଡ଼ି ଫିଙ୍ଗି ଦିଅ ।

କନକ ବ୍ୟୁରୋ : ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଦେଖାଇଥିବା ୧୨୦ ସିଟର ସ୍ୱପ୍ନକୁ ଚ୍ୟାଲେଞ୍ଜ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି ୧୨୦ ସଂଖ୍ୟାର ଭିତ୍ତି ସେ ଦେଖିପାରୁ ନାହାନ୍ତି । ଅର୍ଥାତ ଓଡିଶାରେ ବିଜେପି ୧୨୦ ଆସନ ଜିତିବା ଭଳି ସମ୍ଭାବନା ସେ ଦେଖିପାରୁନଥିବା କହିଛନ୍ତି ନବୀନ ।

publive-image

ପ୍ରଥମେ ବିଜେପୁର ଉପନିର୍ବାଚନରେ ବିଜୟ ଓ ପରେ ଦୁଇଟି ଏନଏସି ଅତାବିରା ଓ ହିନ୍ଦୋଳରେ ବିପୁଳ ବିଜୟ ପରେ ବିଜୁ ଜନତା ଦଳର ମନୋବଳ ଆହୁରି ବଢିଯାଇଛି । ତେଣୁ ଅମିତ ଶାହା ଦେଖାଇଥିବା ଦମ୍ଭର ଜବାବ ରଖିଛନ୍ତି ନବୀନ ପଟ୍ଟନାୟକ । ତେବେ ପଶ୍ଚିମ ଓଡିଶାକୁ ବିଜେଡି ସରକାର ଅବହେଳା କରିଥିବା ଅଭିଯୋଗର ମଧ୍ୟ ଜବାବ ଦେଇଛନ୍ତି ନବୀନ । କହିଛନ୍ତି ତାଙ୍କ ସରକାର କେବେ ବି ପଶ୍ଚିମ ଓଡିଶାକୁ ଅବହେଳା କରିନାହିଁ ।

publive-image

ଗତକାଲି ବଲାଙ୍ଗିରରେ ବିଜେପି ଯୁବ ମୋର୍ଚ୍ଚା ସମାବେଶରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡିଶାରେ ବିଜେପି ପ୍ରତି ବଢୁଥିବା ଲୋକପ୍ରିୟତା ତ୍ରିପୁରା ଠାରୁ ମଧ୍ୟ ଏକ ବଡ ବିଜୟ ଆଣିଦେବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୧୨୦ରୁ ଅଧିକ ଆସନରେ ବିଜେପି ବିଜୟୀ ହେବେ ବୋଲି ସୂଚେଇ ଦେଇଥିଲେ । ଏହାକୁ ବିଜେଡି ସୁପ୍ରିମୋ ବୃଥା ଆସ୍ଫାଳନ ବୋଲି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe