ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ବିଜୟ ତିଲକ ଲଗାଇଲେ ୧୬ ମନ୍ତ୍ରୀ ! ପରାଜୟର ସାମ୍ନା କଲେ ଜଣେ ନେତା ।

978

ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳର ୧୮ ମନ୍ତ୍ରୀଙ୍କ ମଧ୍ୟରୁ ୧୭ ଜଣ ଏଥର ଟିକେଟ୍ ନେଇଥିଲେ । ମନ୍ତ୍ରୀ ରମେଶ୍ ଚନ୍ଦ୍ର ମାଝୀ ନବରଙ୍ଗପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲା ବେଳେ ଅନ୍ୟ ୧୬ ଜଣ ବିଧାନସଭା ପ୍ରାର୍ଥୀ ହୋଇଥିଲେ । ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ନିର୍ବାଚନମଣ୍ଡଳୀ ଶେଷ ମୁହୂର୍ତ୍ତରେ ବଦଳିଥିଲା । ତାଙ୍କ ପୁରୁଣା ନିର୍ବାଚନମଣ୍ଡଳୀ ଜୟଦେବ ପରିବର୍ତ୍ତେ ତାଙ୍କୁ କେନ୍ଦ୍ରାପଡାରୁ ପ୍ରାର୍ଥୀ କରାଯାଇଥିଲା । ଜଣେ ମାତ୍ର ମନ୍ତ୍ରୀ ମହେଶ୍ୱର ମହାନ୍ତି ପୁରୀରେ ହାରିଯାଇଛନ୍ତିି ।

ଜିତିଥିବା ୧୬ ମନ୍ତ୍ରୀ ହେଲେ ବଦ୍ରିନାରାୟଣ ପାତ୍ର,ବିକ୍ରମ କେଶରୀ ଆରୁଖ,ନିରଞ୍ଜନ ପୂଜାରୀ,ପ୍ରଫୁଲ୍ଲ ସାମଲ,ପ୍ରଫୁଲ୍ଲ ମଲ୍ଲିକ,ପ୍ରତାପ ଜେନା,ରମେଶ୍ ଚନ୍ଦ୍ର ମାଝୀ,ଶଶିଭୂଷଣ ବେହେରା,ସୂର୍ଯ୍ୟ ନାରାୟଣ ପାତ୍ର,ଉଷାଦେବୀ,ଅନନ୍ତ ଦାସ,ଅଶୋକ ଚନ୍ଦ୍ର ପଣ୍ଡା,ଚନ୍ଦ୍ରସାରଥୀ ବେହେରା,ନୃସିଂହ ଚରଣ ସାହୁ,ସ୍ନେହାଙ୍ଗିନୀ ଛୁରିଆ ଓ ସୁଶାନ୍ତ ସିଂହ । ପୁଅ ବିଷ୍ଣୁବ୍ରତ ରାଉତରାୟଙ୍କୁ ନିଜ ଆସନ ଛାଡି ଦେଇଥିବା ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ପୁଅକୁ ବିଜୟୀ କରାଇପାରିଛନ୍ତିି । ସେହିପରି ସରକାରୀ ଦଳ ମୁଖ୍ୟ ସଚେତକ ଅମର ଶତପଥୀ ଓ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ଜିତିଯାଇଛନ୍ତି ।