କନକ ବ୍ୟୁରୋ: ସଂଖ୍ୟା ଗଣିତରେ ଘଡିକେ ଘୋଡା ଛୁଟୁଛି । ସାପଶିଡିର ଏହି ସଂଖ୍ୟା ଖେଳ ଭିତରେ ଜଣେ ଆଗକୁ ଯାଉଛି ତ ଜଣେ ପଛରେ ରହୁଛି । ଏହି କ୍ରମରେ ନବୀନ ପଟ୍ଟନାୟକଙ୍କ ଉପରେ ସମସ୍ତଙ୍କ ନଜର ଥିବା ବେଳେ ବିଜେଡି ସୁପ୍ରିମୋ କଣ୍ଟାବାଞ୍ଜିରେ ପଛରେ ରହିଛନ୍ତି । ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କ ଠାରୁ ପଛରେ ରହିଛନ୍ତି ନବୀନ ।
ସେପଟେ ନିଜ ପାରମ୍ପରିକ ଆସନ ହିଞ୍ଜିଳିରେ ଆଗେଇ ଚାଲିଛନ୍ତି ନବୀନ ପଟ୍ଟନାୟକ । ବିଜେପିର ଶିଶିର ମିଶ୍ରଙ୍କ ଠାରୁ ଆଗରେ ରହିଛନ୍ତି ନବୀନ । ହିଞ୍ଜିଳି ନବୀନଙ୍କ ପାରମ୍ପରିକ ଆସନ ଥିବା ବେଳେ ସେଠୁ ସେ ଲଗାତାର ବିଜୟୀ ହୋଇ ଆସୁଛନ୍ତି ଆଉ ଏଥର କଣ୍ଟାବାଞ୍ଜିରୁ ନବୀନ ଲଢିଥିବା ବେଳେ ସେ ଆସନରେ ପଛରେ ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/06/39-1.jpg)