କନକ ବ୍ୟୁରୋ: ବ୍ରହ୍ମପୁରରେ ବୃହତ ଜାନିବିଲି ପାନୀୟ ଜଳ ପ୍ରକଳ୍ପର ଲୋକାର୍ପଣ କରିବା ପରେ ଖୋର୍ଧା ଜିଲ୍ଲାରେ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗୋଶାଳା ପଡିଆରେ ବିଶାଳ ସମାବେଶର ଆୟୋଜନ ହୋଇଛି । ଏହି ଅବସରରେ ହଜାର ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟ ମିଶନ ଶକ୍ତି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।
୧୫ ହଜାର ଟଙ୍କାର ସିଡମନି , ୩ ହଜାର ଟଙ୍କାର ଡିଜିଟାଲ୍ ସଶକ୍ତିକରଣ ସହାୟତା, ବ୍ଲକ ସ୍ତରୀୟ ମହାସଂଘ ପାଇଁ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପାଇଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଏହି ମହାସମାବେଶରେ ଯୋଗ ଦାନ କରିଛନ୍ତି ।
ମହିଳାଙ୍କ ସଶକ୍ତିକରଣ ଦିଗରେ ରାଜ୍ୟରେ ମାଇଲଖୁଂଟ ସ୍ଥାପନ କରିଛି ମିଶନ ଶକ୍ତି । ମହିଳାଙ୍କୁ ଅଧିକ ସ୍ୱାବଲମ୍ୱୀ କରିବା ସହ ସଶକ୍ତ କରିବାକୁ ରାଜ୍ୟ ସରକାର ମିଶନ ଶକ୍ତି ଉପରେ ଗୁରୁତ୍ୱ ଦେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Follow Us
/kanak/media/post_attachments/wp-content/uploads/2019/03/Screen-shot-2019-03-03-at-1.31.57-PM-300x159.png)
/kanak/media/post_attachments/wp-content/uploads/2019/03/Screen-shot-2019-03-03-at-1.31.42-PM-300x158.png)