ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦି । ସାମିଲ ହେବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ଜାଣନ୍ତୁ କାହିଁକି?

3,794

କନକ ବ୍ୟୁରୋ : ଆଜି ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଶପଥ ନେଇଥିବା ବେଳେ ଆସନ୍ତାକାଲି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଭବନରେ ସନ୍ଧ୍ୟା ସମୟରେ ଭବ୍ୟ ସମାରୋହରେ ଶପଥ ଗ୍ରହଣ କରିବେ ମୋଦି ଆଣ୍ଡ କୋ । ବିଭିନ୍ନ ରାଷ୍ଟ୍ର ପ୍ରମୁଖ ଓ ବିଶିଷ୍ଟ ମାନ୍ୟଗଣ ବ୍ୟକ୍ତି ଏହି ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋଦିଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ହୋଇପାରିବେ ନାହିଁ ।

ଆସନ୍ତାକାଲି ନିର୍ବାଚିତ ବିଧାୟକ ମାନେ ବିଧାନସଭାରେ ଶପଥ ଗ୍ରହଣ କରିବେ । ତେଣୁ ଗୃହର ନେତା ହିସାବରେ ମୁଖ୍ୟମନ୍ତ୍ରୀ ଏଠାରେ ଉପସ୍ଥିତ ରହିବେ । ସେଥିପାଇଁ ଆସନ୍ତାକାଲି ନବୀନ ଦିଲ୍ଲୀ ଯାଇପାରିବେ ନାହିଁ ଓ ମୋଦିଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ହୋଇପାରିବେ ନାହିଁ । ତେବେ ଦିଲ୍ଲୀକୁ ନ ଯାଇ ପାରିଲେ ମଧ୍ୟ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ ।

ଆସନ୍ତାକାଲି ବିଧାୟକ ମାନେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ । ଆଉ ଏଥିପାଇଁ ଅମର ଶତପଥୀଙ୍କୁ କାମଚଳା ବାଚସ୍ପତି ଭାବେ ବଛାଯାଇଛି । ଅମର ଶତପଥୀ ସମସ୍ତ ନବ ନିର୍ବାଚିତ ବିଧାୟକ ମାନଙ୍କୁ ଶପଥ ପାଠ କରାଇବେ ବୋଲି ଜଣାପଡିଛି ।