‘ଦି ନ୍ୟୁ ଇଂଡିଆନ ଏକ୍ସପ୍ରେସ’ର ଲିଟେରାରି ଫେଷ୍ଟିଭାଲରେ ମୁଖ୍ୟମନ୍ତ୍ରୀ : କାହିଁକି ‘ଜୟ ଜଗନ୍ନାଥ‘ ଲେଖି ଟ୍ୱିଟ ଆରମ୍ଭ କରନ୍ତି ,କହିଲେ ନବୀନ ପଟ୍ଟନାୟକ
କନକ ବ୍ୟୁରୋ : ଭୁବନେଶ୍ୱରରେ ଆୟୋଜିତ ‘ଦି ନ୍ୟୁ ଇଂଡିଆନ ଏକ୍ସପ୍ରେସ’ର ଲିଟେରାରି ଫେଷ୍ଟିଭାଲର ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ । କାହିଁକି ‘ଜୟ ଜଗନ୍ନାଥ‘ ଲେଖି ଟ୍ୱିଟ ଆରମ୍ଭ କରନ୍ତି ବୋଲି ପ୍ରଶ୍ନରେ ସେ କହିଥିଲେ ମୁଁ ଜଗନ୍ନାଥଙ୍କ ଭକ୍ତ । ମୋର ଜଗନ୍ନାଥଙ୍କ ପ୍ରତି ଅଗାଢ ବିଶ୍ୱାସ ରହିଛି । ଜଗନ୍ନାଥଙ୍କ ସହ ଓଡିଶାର ସାଂସ୍କୃତିକ ସମ୍ପର୍କ ରହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଆଉ ମଧ୍ୟ ବିଜେଡି ମେଂଟ ସରକାର କରିବ କି ପ୍ରଶ୍ନ ବିଷୟରେ ଉତ୍ତର ରଖି ନବୀନ କହିଲେ ,୨୦୧୯ ନିର୍ବାଚନରେ କାହା ସହ କୌଣସି ମେଂଟ ହେବନି । ବିଜେପି ଓ କଂଗ୍ରେସ ସହ ସମଦୂରତା ବଜାୟ ରଖିବ ବିଜେଡି । ‘ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ’ର ଓଡିଶା ଲିଟେରାରୀ ଫେଷ୍ଟିଭାଲରେ ଯୋଗ ଦେଇ ଏଭଳି ଦମ୍ଭ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ୨୦୧୯ରେ ବିଜେଡି ପୂର୍ଣ୍ଣ ବହୁମତ ହାସଲ କରିବ । ଏହାଛଡା ଅମିତ ଶାହାଙ୍କ ୧୨୦ ଆସନ ଜିତିବା ଦମ୍ଭୋକ୍ତି ଉପରେ ପ୍ରତିକ୍ରିୟା ରଖି ନବୀନ କହିଛନ୍ତି, ସେ ଏଭଳି ପରିସଂଖ୍ୟାନ ଉପରେ ବିଶ୍ୱାସ କରନ୍ତି ନାହିଁ । ସେ କହିଛନ୍ତି, ମୁଁ ସଂଖ୍ୟାରେ ବିଶ୍ୱାସ କରେ ନାହିଁ, ମୁଁ ବିଜୟରେ ବିଶ୍ୱାସ କରେ । ଆମେ ଲୋକଙ୍କ ପାଇଁ କାମ କରୁଛୁ, ଲୋକମାନେ ଆମକୁ ୨୦୧୯ରେ ବହୁମତ ହାସଲ କରିବୁ ।