ବରଗଡ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆ ପ୍ୟାକେଜ୍ । ସ୍ଥାପନ ହେବ କ୍ୟାନସର ହସ୍ପିଟାଲ

ସେପଟେ ପୁରୀ, ଲିଙ୍ଗରାଜ ମନ୍ଦିର ପରେ ସମଲେଶ୍ୱରୀ ମନ୍ଦିର ପାଇଁ ହୋଇପାରେ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା

225

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରରେ ମା ସମଲେଶ୍ୱରୀଙ୍କୁ ଦର୍ଶନ କରିଛନ୍ତି । ଦର୍ଶନ ପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ସମଲେଶ୍ୱରୀ ମନ୍ଦିର ଓ ହୀରାକୁଦ ପାଇଁ ଏକ ପର୍ଯ୍ୟବେକ୍ଷକ ଟିମ ଗଠନ କରାଯିବ । ପର୍ଯ୍ୟବେକ୍ଷକ ଟିମ ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ସମଲେଶ୍ୱରୀ ମନ୍ଦିର ଓ ହୀରାକୁଦ ପାଇଁ ପ୍ୟାକେଜ ଘୋଷଣା କରାଯିବ । ଏଥିସହ ଉଭୟ ସ୍ଥାନର ଉନ୍ନୟନ ବାବଦ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ପ୍ରଥମେ ମୁଖ୍ୟମନ୍ତ୍ରୀ ବରଗଡ ଗସ୍ତ କରିଥିଲେ । ସେଠାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିିର୍ତିପ୍ରସ୍ତର ସ୍ଥାପନ କରିବା ପରେ ସମ୍ବଲପୁର ଆସିଛନ୍ତି । ୭୦ କୋଟି ୬୪ ଲକ୍ଷରୁ ଅଧିକ ଟଙ୍କାର ୭ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି । ୫୯ କୋଟି ୪୪ ଲକ୍ଷ ଟଙ୍କାର ୨୨ ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହା ସହ ଏକ କ୍ୟାନସର ହସ୍ପିଟାଲ ସ୍ଥାପନ ପାଇଁ ଘୋଷଣା କରିଛନ୍ତି ନବୀନ ।

ଏହି ଅବସରରେ ନବନିର୍ମିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ସାଇନ୍ସ ପାର୍କ ଉଦଘାଟନ କରିବା କାକ୍ରର୍ଯ୍ୟମ ରହିଥିଲା। ୪୨୫ ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନା ନିଶ୍ଚିତ ଭାବେ ଜିଲ୍ଲାକୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବ ବୋଲି ସମସ୍ତେ ଆଶାବାଦୀ। ନୂଆ ଡାକ୍ତରଖାନା ପ୍ରଥମେ ୧୨୫ ଶଯ୍ୟା ବିଶିଷ୍ଟ ଥିଲା। ଯାହାକୁ ପୁଣି ସଂପ୍ରସାରିତ କରାଯାଇ ଅତିରିକ୍ତ ୩ଶହ ଶଯ୍ୟା ବ୍ୟବସ୍ଥା କରାଯାଇଛି। ଅର୍ଥାତ ଏଠାରେ ମୋଟ୍ ୪୨୫ଟି ଶଯ୍ୟା ଉପଲବ୍ଧ ରହିବ। ବର୍ତମାନ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ମଂଜୁରୀପ୍ରାପ୍ତ ପଦବିରୁ ଅଧା ଡାକ୍ତର ଅଛନ୍ତି। ନୂଆ କୋଠାକୁ ଡାକ୍ତରଖାନା ସ୍ଥାନାନ୍ତର ହେଲେ, ପୁରୁଣା ଯାଗାରେ କିଛି ଗୁରୁତ୍ବପୂର୍ଣ୍ଣ ବିଭାଗ ଚାଲିବ।