କେନ୍ଦ୍ରାପଡା ମିଶନ ଶକ୍ତି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା ! କହିଲେ, ଓଡିଶାରୁ ୩୩% ମହିଳା ସଂସଦକୁ ଯିବେ ।

291

କନକ ବ୍ୟୁରୋ : କେନ୍ଦ୍ରାପଡା ମିଶନ ଶକ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାସମାବେଶରେ ସାମିଲ ହେବା ସହ କେନ୍ଦ୍ରାପଡା ମହିଳାମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ରାପଡାରେ ମିଶନ ଶକ୍ତି ଭବନ ଭବନ ନିର୍ମାଣ ପାଇଁ ୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଓଡିଶାରୁ ୩୩% ମହିଳା ସଂସଦକୁ ଯିବେ ବୋଲି ନବୀନ କହିଛନ୍ତି । ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡିଶା, ସାରା ଭାରତକୁ ବାଟ ଦେଖାଇଛି । ମହିଳା ସଶକ୍ତିକରଣ ପାଇଁ ଜାତୀୟ ଦଳ ଯାହା କହୁଛନ୍ତି, ତାହା ପାଳନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆଜି କେନ୍ଦ୍ରାପଡାରେ ଆୟୋଜିତ ହୋଇଥିବା ମିଶନ ଶକ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡିଶାରୁ ୩୩ % ମହିଳା ସଂସଦକୁ ଯିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏନେଇ ସେ ଦେଶର ଅନ୍ୟ ରାଜନୈତିକ ଦଳଗୁଡିକ ସହ ଆଲୋଚନା କରିଛନ୍ତି । ଏବଂ ଅଧିକାଂଶ ଦଳ ଏହାକୁ ସମର୍ଥନ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, କେନ୍ଦ୍ରାପଡାର ମାଟି ବିଜୁ ବାବୁଙ୍କ ମାଟି । ୧୯୯୦ରେ ବିଜୁ ବାବୁ ସାରା ଭାରତକୁ ବାଟ ଦେଖାଇଥିଲେ । ତେବେ ଏହି ଅବସରରେ ମାଛ ଚାଷ କରୁଥିବା କିଛି ସ୍ୱଂୟ ସହାୟକ ଗୋଷ୍ଠୀ ସମ୍ମାନିତ କରିଛନ୍ତି ନବୀନ ପଟ୍ଟନାୟକ । ଏହା ସହ ବ୍ଲକ ସ୍ତରୀୟ ମହାସଂଘ ମାନଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।