ବିଜେଡିର ସାଙ୍ଗଠନିକ ନିର୍ବାଚନ: ସଭାପତି ଭାବେ ଆଜି ନବୀନ ପଟ୍ଟନାୟକ ଭରିବେ ନାମାଙ୍କନ; ପୁଣି ଅପ୍ରତିଦ୍ୱନ୍ଦୀ ଭାବେ ଅଷ୍ଟମ ଥର ଲାଗି ହେବେ ଦଳର ସଭାପତି

Advertisment
ବ୍ରିସବେନ୍ ବିଜୟ ପରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ନବୀନ । ଟୁଇଟ୍ କରି ଯୁବ ଖେଳାଳିଙ୍କୁ କଲେ ପ୍ରଶଂସା

କନକ ବ୍ୟୁରୋ: ଜାରି ରହିଛି ବିଜେଡିର ସାଙ୍ଗଠନିକ ନିର୍ବାଚନ । ଆଜି  ଦଳର ସଭାପତି ଭାବେ ନାମାଙ୍କନ ଭରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁଣି ଥରେ ଅପ୍ରତିଦ୍ୱନ୍ଦୀ ଭାବେ ବିଜେଡି ସଭାପତି ନିର୍ବାଚିତ ହେବେ ନବୀନ । ଏହା ସହ ଲଗାତାର ଭାବେ ଅଷ୍ଟମ ଥର ଲାଗି ଦଳରେ ତାଙ୍କର ହେବ ରାଜାଭିଷେକ । ଆଜି ନବୀନ ପଟ୍ଟନାୟକଙ୍କ ସହ  ଦଳର ୮୦ ଜଣ କାର୍ଯ୍ୟ କାରିଣୀ ସଦସ୍ୟ ବି ନାମାଙ୍କନ ଭରିବେ । ଆସନ୍ତା ୨୬ ତାରିଖରେ ବିଜେଡିର ରାଜ୍ୟ ପରିଷଦ ଓ କାର୍ଯ୍ୟକାରିଣୀ ବୈଠକ ବସି ନବୀନଙ୍କୁ ବିଧିବଦ୍ଧ ଭାବେ ସଭାପତି ଘୋଷଣା କରାଯିବ ।

publive-image

ଡିସେମ୍ବର ୨୭ରୁ ଫେୃବୃଆରୀ ୨୦ ମଧ୍ୟରେ ବିଜେଡିର ବ୍ଲକ ସଭାପତି ଓ କମିଟି ସଦସ୍ୟ ନିର୍ବାଚନ ସରିଛି । ୮୧ ଜଣିଆ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପାଇଁ ଆଜିଠାରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ନବୀନ ପଟ୍ଟନାୟକ ବିଜେଡି ସଭାପତି ପାଇଁ ନାମାଙ୍କନ ଭରିବେ  । ତାଙ୍କ ପାଇଁ ୧୦ ଜଣ ପ୍ରସ୍ତାବକ ଓ ସମର୍ଥକ ରହିବେ । ଦଳର ବରିଷ୍ଠ ନେତାମାନେ  ବି ଏହି ସମୟରେ ଉପସ୍ଥିତ ରହିବେ । ୧୯୯୭ରେ ବିଜେଡି ଗଠନ ହେବା ପରେ ନବୀନ ପଟ୍ଟନାୟକ ଲାଗାତର ଭାବେ ଦଳର ସଭାପତି ରହିଆସିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe