କନକ ବ୍ୟୁରୋ: ଜାରି ରହିଛି ବିଜେଡିର ସାଙ୍ଗଠନିକ ନିର୍ବାଚନ । ଆଜି ଦଳର ସଭାପତି ଭାବେ ନାମାଙ୍କନ ଭରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁଣି ଥରେ ଅପ୍ରତିଦ୍ୱନ୍ଦୀ ଭାବେ ବିଜେଡି ସଭାପତି ନିର୍ବାଚିତ ହେବେ ନବୀନ । ଏହା ସହ ଲଗାତାର ଭାବେ ଅଷ୍ଟମ ଥର ଲାଗି ଦଳରେ ତାଙ୍କର ହେବ ରାଜାଭିଷେକ । ଆଜି ନବୀନ ପଟ୍ଟନାୟକଙ୍କ ସହ ଦଳର ୮୦ ଜଣ କାର୍ଯ୍ୟ କାରିଣୀ ସଦସ୍ୟ ବି ନାମାଙ୍କନ ଭରିବେ । ଆସନ୍ତା ୨୬ ତାରିଖରେ ବିଜେଡିର ରାଜ୍ୟ ପରିଷଦ ଓ କାର୍ଯ୍ୟକାରିଣୀ ବୈଠକ ବସି ନବୀନଙ୍କୁ ବିଧିବଦ୍ଧ ଭାବେ ସଭାପତି ଘୋଷଣା କରାଯିବ ।
ଡିସେମ୍ବର ୨୭ରୁ ଫେୃବୃଆରୀ ୨୦ ମଧ୍ୟରେ ବିଜେଡିର ବ୍ଲକ ସଭାପତି ଓ କମିଟି ସଦସ୍ୟ ନିର୍ବାଚନ ସରିଛି । ୮୧ ଜଣିଆ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପାଇଁ ଆଜିଠାରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ନବୀନ ପଟ୍ଟନାୟକ ବିଜେଡି ସଭାପତି ପାଇଁ ନାମାଙ୍କନ ଭରିବେ । ତାଙ୍କ ପାଇଁ ୧୦ ଜଣ ପ୍ରସ୍ତାବକ ଓ ସମର୍ଥକ ରହିବେ । ଦଳର ବରିଷ୍ଠ ନେତାମାନେ ବି ଏହି ସମୟରେ ଉପସ୍ଥିତ ରହିବେ । ୧୯୯୭ରେ ବିଜେଡି ଗଠନ ହେବା ପରେ ନବୀନ ପଟ୍ଟନାୟକ ଲାଗାତର ଭାବେ ଦଳର ସଭାପତି ରହିଆସିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/Naveen-Patnaik-777x437.png)
/kanak/media/post_attachments/wp-content/uploads/2020/02/naveen-final-bijepur-aaf.jpg)