ବାତ୍ୟା ପୀଡିତଙ୍କ ପାଇଁ ନବୀନଙ୍କ ବଡ ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ କଲେ ବର୍ଷକର ଦରମା ।

888

କନକ ବ୍ୟୁରୋ : ସାମୁଦ୍ରିକ ଝଡ ଫୋନି ଆସିଲା, ଆଉ କିଛି ସମୟ ମଧ୍ୟରେ ସବୁ କିଛି ଛାରଖାର କରି ଚାଲିଗଲା । ଆଉ ବାତ୍ୟା ପରର ଯେଉଁ ବିକଳ ଚିତ୍ର ଛାଡିଗଲା, ତାହା କେବେ ଯେ ଲିଭିବ, ତାହା ଆକଳନ କରିବା ମଧ୍ୟ ମୁସ୍କିଲ । ଆଉ ଏହାରି ଭିତରେ ଉଜୁଡି ଯାଇଥିବା ସୁନାର ଓଡିଶାକୁ ପୁଣି ଥରେ ଗଢି ତୋଳିବା ପାଇଁ ଜୋରଦାର ଉଦ୍ୟମ କରୁଛନ୍ତି ରାଜ୍ୟ ସରକାର । ବିଭିନ୍ନ ରାଜ୍ୟରୁ ସହାୟତା ହାତ ଆଗକୁ ଆସିଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ଓଡିଶା ପାଇଁ ଆଜି ୧୦୦୦ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି ।

ଆଉ ଏହାରି ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଛନ୍ତି ବଡ ନିଷ୍ପତ୍ତି । ଭୟଙ୍କର ବାତ୍ୟାରେ ସବୁକିଛି ହରାଇ ଦେଇଥିବା ଜନସାଧାରଣଙ୍କ ସାହାଯ୍ୟ ନିମନ୍ତେ ନିଜର ବର୍ଷକର ଦରମା ଦାନ କରିଛନ୍ତି ମୁକ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଏହି ଟଙ୍କା ଦିଆଯିବାନେଇ ଘୋଷଣା କରାଯାଇଛି । ବାତ୍ୟା ଫୋନି ସବୁକିଛି ଉଜାଡି ଦେବା ପରେ ବାତ୍ୟା ପରେ ଅଧିକ ଘାଣ୍ଟି ହେଉଛନ୍ତି ଲୋକେ ।