ତିର୍ତ୍ତୋଲ ଉପନିର୍ବାଚନ ପାଇଁ ନବୀନଙ୍କ ଡିଜିଟାଲ ପ୍ରଚାର । ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପାଇଁ ଭୋଟ ମାଗିଲେ ନବୀନ । କହିଲେ, କରୋନା ପରେ ତିର୍ତ୍ତୋଲ ଯିବି, ବିକାଶ କାମ ବୁଲିକି ଦେଖିବି

108

କନକ ବ୍ୟୁରୋ : ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ କଲେ ଡିଜିଟାଲ ପ୍ରଚାର । ଡିଜିଟାଲ ପ୍ରଚାର କରି ସେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପାଇଁ ଭୋଟ ମାଗିଛନ୍ତି । ଏହାସହ ତିର୍ତ୍ତୋଲର ବିକାଶ ପାଇଁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ସେ ତିର୍ତ୍ତୋଲ ବାସୀଙ୍କୁ ଅନୁରୋଧ କରିଛନ୍ତି ।

ଡିଜିଟାଲ ପ୍ରଚାର କରି ନବୀନ ପଟ୍ଟନାୟକ କହିଛନ୍ତି କି, କରୋନା ଯୋଗୁଁ ମୁଁ ଏଥର ତିର୍ତ୍ତୋଲ ଯାଇପାରିନାହିଁ । ମୁଁ ଯାଇଥିଲେ ଆପଣମାନେ ବହୁ ମାତ୍ରାରେ ଆସିଥାନ୍ତେ । ଆପଣଙ୍କ ସ୍ୱାସ୍ଥ୍କୁ ଗୁରୁତ୍ୱ ଦେଇ ମୁଁ ଗଲିନାହିଁ । କରୋନା ପରେ ମୁଁ ତିର୍ତ୍ତୋଲ ଯିବି ଆଉ ବିକାଶ କାମ ବୁଲିକି ଦେଖିବି ।

ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣକୁ ଆସିଛି । ଏଥିପାଇଁ କୋଭିଡ ଯୋଦ୍ଧା ଓ ଆପଣ ମାନଙ୍କ ସହଯୋଗ ପାଇଁ ଧନ୍ୟବାଦ । ତିର୍ତ୍ତୋଲବାସୀ ସବୁବେଳେ ବିଜୁ ପରିବାର ସହ ରହିଆସିଛନ୍ତି । ତିର୍ତ୍ତୋଲରେ ଅନେକ ବିକାଶ ମୂଳକ ପଦକ୍ଷେପ ନିଆଯାଇଛି ବୋଲି ନବୀନ ପଟ୍ଟନାୟକ କହିଛନ୍ତି ।