ପିପିଲି-ଡେଲାଙ୍ଗ ପାଇଁ ୭୦ କୋଟିର ପ୍ୟାକେଜ୍ । ରାସ୍ତାଘାଟଠୁ ଜଳସେଚନ ଭଳି ବିଭିନ୍ନ ଜନହିତକାରୀ ପ୍ରକଳ୍ପର ବିକାଶକୁ ନବୀନଙ୍କ ଫୋକସ୍ ।

153
କନକ ବ୍ୟୁରୋ: ଉପ-ନିର୍ବାଚନ ପୂର୍ବରୁ ପିପିଲିକୁ ପ୍ୟାକେଜ୍ । ପିପିଲି-ଡେଲାଙ୍ଗର ବିକାଶ ପାଇଁ ୭୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପ୍ୟାକେଜରେ ଦୁଇଟି ବ୍ଳକର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାସ୍ତା ଘାଟ, ଜଳସେଚନ, ଷ୍ଟାଡ଼ିୟମ, ବସ୍ ଷ୍ଟାଣ୍ଡ୍, ସେତୁ ଇତ୍ୟାଦି ଭଳି ବିକାଶ ମୂଳକ ପ୍ରକଳ୍ପ ହେବ । ପିପିଲି ଡେଲାଙ୍ଗର ବିକାଶ କାମକୁ ଆଗକୁ ନେବାକୁ ଏହା ଏକ ପ୍ରୟାସ ବୋଲି ନବୀନ କହିଛନ୍ତି ।
ବିଶେଷ କରି ଚାଷୀ ଭାଇର ପରିଶ୍ରମ ଯୋଗୁଁ ଦେଶର ଅର୍ଥନୀତି ବଞ୍ଚି ରହିଛି । କାରଣ କରୋନା ସମୟରେ ଯେଉଁଭଳି ଚାଷ କାର୍ଯ୍ୟ ନରୋକି ଆମ ରାଜ୍ୟ ଓ ଦେଶକୁ ଚାଷୀ ଭାଇ ମ।।ନେ ଅର୍ଥନୀତିକୁ ବଞ୍ଚାଇ ରଖିଛନ୍ତି ସେଥିପାଇଁ ଚାଷୀ ଭାଇଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିବଙ୍ଗତ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କୁ ମନେ ପକାଇ ନବୀନ କହିଛନ୍ତି ଯେ, ସେ ପିପିଲି-ଡେଲାଙ୍ଗର ବିକାଶ ପାଇଁ ଅନେକ ପରିଶ୍ରମ କରିଥିଲେ । ଜୀବନ ସାରା ଏହି ଅଞ୍ଚଳର ବିକାଶ ପାଇଁ ନିଜକୁ ସମର୍ପି ଦେଇଥିଲେ ।
ସବୁଠାରୁ ବଡ଼କଥା ହେଲା, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବ ଓଡ଼ିଶା । ୧୯୨୧ ମସିହା ମାର୍ଚ୍ଚ ୨୩ରେ ଗାନ୍ଧିଜୀ ପ୍ରଥମେ ଓଡ଼ିଶା ଗସ୍ତରେ ଆସିଥିଲେ ଏବଂ ଡେଲାଙ୍ଗରେ ପ୍ରଥମେ ତାଙ୍କର ପାଦ ପଡ଼ିଥିଲା ସେଥିପାଇଁ ଡେଲାଙ୍ଗ ଅଞ୍ଚଳରେ  ଏକ ଆଦର୍ଶ ବିଦ୍ୟାଳୟ ହେବ । ଗାନ୍ଧିଜୀଙ୍କ ସ୍ମୃତିରେ ହେବ ଏହି ବିଦ୍ୟାଳୟ ହେବା ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ସେହିପରି କରୋନା ବିପଦ ଯାଇ ନାହିଁ, ଏବେ ବିଭିନ୍ନ ରାଜ୍ୟରୁ ଏବେ କରୋନା ସଂକ୍ରମଣର ଖବର ଆସୁଛି । ତେଣୁ ଆପଣ ସମସ୍ତଙ୍କୁ ମୋ ଅନୁରୋଧ କୋଭିଡ୍ ନିୟମ ପାଳନ କରୁନ୍ତୁ ସଂକ୍ରମଣ ନେଇ ପୂର୍ବ ଭଳି ସଚେତନ ଓ ସତର୍କ ରୁହନ୍ତୁ । ଗରିବଙ୍କ ବିକାଶ ପାଇଁ ମୁଁ କାମ କରୁଛି ଏବଂ ବଞ୍ଚିଥିବା ଯାଏଁ ମଧ୍ୟ କରୁଥିବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନବୀନ ।