କନକ ବ୍ୟୁରୋ : ଲେପ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ କରି ଏହି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସେନାର ଉପମୁଖ୍ୟ ଭାବେ ନିଯୁକ୍ତି ପାଇବା ପରେ ତାଙ୍କୁ ନବୀନ ଅଭିନନ୍ଦନ ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି, ସେନାର ଉପମୁଖ୍ୟ ଭାବେ ନିଯୁକ୍ତି ପାଇଥିବା ଲେପ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତିଙ୍କୁ ଶୁଭେଚ୍ଛା । ଓଡିଶା ପାଇଁ ଏହା ଗର୍ବର ମୁହୂର୍ତ୍ତ । ନୂଆ ଦାୟିତ୍ୱ ପାଇଁ ଅଭିନନ୍ଦନ ।
Congratulate #Odisha born Army Officer Lt General Chandi Prasad Mohanty on being appointed as the next Vice- Chief of #IndianArmy. Indeed a proud moment for #Odisha. Wish the very best for the new responsibility.
— Naveen Patnaik (@Naveen_Odisha) January 19, 2021
ଚଣ୍ଡୀ ପ୍ରସାଦ ମହାନ୍ତିଙ୍କୁ ସେନା ଉପମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି । ପ୍ରଥମ ଓଡିଆ ଭାବେ ସେନା ଉପମୁଖ୍ୟ ହେବେ ଚଣ୍ଡୀ ପ୍ରସାଦ ମହାନ୍ତି । ଭାରତୀୟ ସେନାରେ ୪୨ତମ ଉପମୁଖ୍ୟ ହେବେ ଲେପ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି । ସେନା ଉପମୁଖ୍ୟ ଭାବେ ଏସକେ ସାଇନିଙ୍କଠାରୁ ଦାୟିତ୍ୱ ନେବେ ଚଣ୍ଡୀ ପ୍ରସାଦ ମହାନ୍ତି । ଜାନୁଆରୀ ୩୧ରେ ଅବସର ଗ୍ରହଣ କରିବେ ଏସକେ ସାଇନି ।