ଭାରତୀୟ କ୍ରିକେଟ ଦଳକୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ। ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ବିଜୟ ପାଇଁ ବିରାଟ ବାହିନୀଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ
ସେପଟେ ପାକିସ୍ତାନ ମିଡିଆରେ ଟିମ ଇଣ୍ଡିଆର ପ୍ରଶଂସା
କନକ ବ୍ୟୁରୋ: ଗତକାଲି ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ ଖେଳି ବିଜୟ ହାସଲ କରି ବିଶ୍ୱକପ ଟାଇଟଲ ହାତେଇବାର ବେଶ୍ ନିକଟତର ହୋଇଛି ଟିମ୍ ଇଣ୍ଡିଆ । ୭ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରି ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ୨୬୫ ରନର ବିଜୟ ଲକ୍ଷ୍ୟକୁ ଅନାୟାସରେ ହାସଲ କରି ନେଇଥିଲା ବିରାଟ ବାହିନୀ ।
Kanak News is now on WhatsApp
Join and get latest news updates delivered to you via WhatsApp
Congratulate #TeamIndia on their emphatic win over #SriLanka on their way to semi-final in #CWC19. Best wishes to the team for the remaining matches.#INDvSL
— Naveen Patnaik (@Naveen_Odisha) July 6, 2019
ତେବେ ବିଶ୍ୱକପରେ ଶ୍ରୀଲଙ୍କା ବିପକ୍ଷରେ ବଡ ଧରଣର ବିଜୟ ପରେ ଭାରତୀୟ ଟିମ୍କୁ ଶୁଭେଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶ୍ୱକପରେ ୧୫ ପଏଂଟ ସହ ପଏଂଟ ଟେବୁଲ ଶୀର୍ଷରେ ଥିବା ଟିମ ଇଣ୍ଡିଆ ଆଗାମୀ ୯ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ ସେମି ଫାଇନାଲ ମ୍ୟାଚ୍ । ଭାରତୀୟ ଟିମକୁ ବିଶ୍ୱକପ୍ ସେମି ଫାଇନାଲ ମ୍ୟାଚ୍ ପାଇଁ ଶୁଭେଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।
ଅନ୍ୟପଟେ, ବିଶ୍ୱକପ୍ ରାଉଣ୍ଡ ରବିନ୍ ଲିଗର ଶେଷ ମ୍ୟାଚରେ ବିରାଟ ବାହିନୀ ଶ୍ରୀଲଙ୍କା ବିପକ୍ଷରେ ବଡ଼ ବିଜୟ ବିଜୟ ସହିତ ବିଶ୍ୱକପ୍ ପଏଂଟ ଟେବୁଲ୍ ଶୀର୍ଷକୁ ଉଠିଛି । ଦଳ ସେମି ଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବ । ତେବେ ଏଥର ବିଶ୍ୱକପରେ ଭାରତର ପ୍ରଦର୍ଶନକୁ ନେଇ ପାକିସ୍ତାନରେ ଦେଖିବାକୁ ମିଳିଛି ପ୍ରଶଂସା । ଭାରତ ଏଥର ବିଶ୍ୱକପ୍ ଜିତିବା ନେଇ ଆଲ୍ଲାଙ୍କୁ ଦୁଆ ମାଗୁଛନ୍ତି ପାକ୍ ପ୍ରଶଂସକ ।